Shree Lingaraja

#ଶ୍ରୀ_ଶ୍ରୀ_ଲିଙ୍ଗରାଜ_ମହାପ୍ରଭୁଙ୍କ_ଚନ୍ଦନ_ଯାତ୍ରା।।
#Chandan_Jatra_of_Shree_Lingaraja_Mahaprabhu
ବୈଶାଖ ମାସ ଆରମ୍ଭ ହେଲେ ଏହାର ପ୍ରଚଣ୍ଡ ନିଦାଘ ଜନଜୀବନକୁ ଭାରି ସନ୍ତାପିତ କରିଥାଏ। ସେହିପରି ଲୋକଲୀଳାରେ ନିତ୍ୟ ଯୌବନ ସମ୍ପନ୍ନ କୋମଳ ଶ୍ରୀଅଙ୍ଗ ଧାରୀ ଶ୍ରୀ ପରମେଶ୍ଵର ମଧ୍ଯ ଏହି କ୍ଲେଶରେ ସନ୍ତାପିତ ହୋଇଥାନ୍ତି। ପରମେଶ୍ଵରଙ୍କୁ ନିଦାଘ କ୍ଲେଶ ହେବା ମାନବୀୟ ଲୀଳା ହୋଇଥିଲେ ମଧ୍ଯ ଏହି ନିଦାଘ କ୍ଲେଶ ହରଣ ଅର୍ଥେ ବୈଶାଖର ଚନ୍ଦନ ଲାଗି ଉପଚାର ଏକ ଶୀତଳ ଉପଚାର ଯାହା ବ୍ରହ୍ମଲିଙ୍ଗଙ୍କୁ ସନ୍ତାପ ମୁକ୍ତ କରେ ଏବଂ ଲାଗି କର୍ତ୍ତାଙ୍କ ସମସ୍ତ ସନ୍ତାପ ହରଣ କରାଇଥାଏ। ତେଣୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଏହି ବୈଶାଖ ମାସରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ଦିର୍ଘ ୨୨ ଦିବସ କାଳ ଚନ୍ଦନ ଲାଗି ଓ ସ୍ଵତନ୍ତ୍ର ଆଲଟ ପଙ୍ଖା ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଏହି ଚନ୍ଦନ ଲାଗି ନିରାକାର ପରମବ୍ରହ୍ମ ବ୍ରହ୍ମଲିଙ୍ଗଙ୍କ ଗନ୍ଧଲେପନ ନୀତି ଯାହା ମହାପ୍ରଭୁଙ୍କ ଚତୁର୍ଦ୍ଦଶ ମୁଖ୍ୟ ଯାତ୍ରା ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ଯାତ୍ରା ଅଟେ।

ଏହା ଭିନ୍ନ ଶ୍ରୀ ଶ୍ରୀ ଭୁବନେଶ୍ବର ମହାପ୍ରଭୁଙ୍କ ବିଳାସ ଲୀଳା ଭାବରେ ସାକାର ଲିଙ୍ଗରାଜ ମହାପ୍ରଭୁଙ୍କ ବିନ୍ଦୁତୀର୍ଥ ଜଳରେ ଚନ୍ଦନ ବିଳାସ ଲୀଳା ମଧ୍ଯ ଏହି ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଅଟେ। ଏହା କେବଳ ନାବ ଯାତ୍ରା ନୁହେଁ ବରଂ ଏହା ଶ୍ରୀ ଶ୍ରୀ ପାର୍ବତୀ ଭୁବନେଶ୍ବରଙ୍କ ସେହି ରାସ ମଣ୍ଡଳୀର ପରିକଳ୍ପନା ଅଟେ ଯେଉଁ ନିମନ୍ତେ ନିତ୍ୟ ଅଷ୍ଟ ଭଉଁରୀ ଅନୁଷ୍ଠିତ ହୋଇଥାଏ । ଅକ୍ଷୟ ତୃତୀୟାରୁ ଏହି ଯାତ୍ରା ଆରମ୍ଭ ହୋଇଥାଏ। ଏହି ଦିନ ଭୋଗମଣ୍ଡପ ନୀତି ଶେଷ ହେବାପରେ ପୁନଶ୍ଚ ଆଉଥରେ ପୂଜାପଣ୍ଡାଙ୍କ ଦ୍ଵାରା ସୂର୍ଯ୍ୟପୂଜା ଓ ଦ୍ଵାରପାଳ ପୂଜା କରାଯାଇ ଶ୍ରୀଜୀଉଙ୍କୁ ପାଳିଆବଡୁ ମାନେ ପଙ୍ଖାଲାଗି କରିଥାନ୍ତି। ଏହାପରେ ଶ୍ରୀ ମହାପ୍ରଭୁଙ୍କ ମହାସ୍ନାନ ଅନୁଷ୍ଠିତ ହୁଏ। ଏହାପରେ ପୂଜାପଣ୍ଡା ଘୋରା ଚନ୍ଦନକୁ ସମର୍ଥାଙ୍କ ଘଣ୍ଟ ଘଣ୍ଟା ବାଦ୍ୟ ସହିତରେ ବେଢା ପରିକ୍ରମା କରାଇଥାନ୍ତି। ମହାପ୍ରଭୁଙ୍କ ମହାସ୍ନାନ ପରେ ଶୀତଳ ଚନ୍ଦନକୁ ପୂଜାପଣ୍ଡା ବ୍ରହ୍ମଲିଙ୍ଗ ଶରୀରରେ ଲେପନ କରାଇଥାନ୍ତି। ଏହାପରେ ପାଳିଆବଡୁ ମହାପ୍ରଭୁଙ୍କୁ ବେଶ କରାଇଥାଆନ୍ତି। ଏହାପରେ ଶ୍ରୀଛାମୁରେ ପଣା ଭୋଗ ଲାଗି କରାଯାଏ। ଏହାପରେ ଯାତ୍ରାପୂଜା ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଲିଙ୍ଗରାଜ ମହାପ୍ରଭୁ, ଦେବୀ ପାର୍ବତୀ, ଦେବୀ ଦୁର୍ଗା ଓ ଶ୍ରୀ ବାସୁଦେବ ନୌବହର ନିମନ୍ତେ ପୀଠାଧୀଶଙ୍କ ନିକଟରୁ ଆଜ୍ଞା ପୁଷ୍ପ ପାଇ ସ୍ଵ ସ୍ଵ ବିମାନ ଓ ପାଲିଙ୍କିରେ ବିଜେ କରି ମହାପ୍ରଭୁଙ୍କ ଦ୍ୱିପ୍ରହର ଶେଷ ହେବାଯାଏ ଅପେକ୍ଷା କରନ୍ତି। ଦ୍ବିପ୍ରହର ଧୂପ ସମାପନ ଅନ୍ତେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ବିଜେ ପ୍ରତିମା ଶ୍ରୀ ମହାପ୍ରଭୁ ଚନ୍ଦନ ଯାତ୍ରା ନିମନ୍ତେ ବିଜେ କରିଥାନ୍ତି।

ବିଦ୍ର: ସ୍ଵତନ୍ତ୍ର ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ଓ ମହାସ୍ନାନ କେବଳ ଅକ୍ଷୟ ତୃତୀୟା ଦିନ ହୋଇଥାଏ। ଶେଷ ୨୧ ଦିନ ହୁଏନାହିଁ। ତେଣୁ ପ୍ରଥମ ଦିନ ମହାପ୍ରଭୁଙ୍କ ବିନ୍ଦୁସାଗର ତୀର୍ଥକୁ ଚନ୍ଦନ ବିଜେ ହେବା ନିମନ୍ତେ ବିଳମ୍ବ ହୋଇଥାଏ।

The arrival of Baisakha coincides with the scorching heat of summer, through which suffers greatly our surrounding life. In a similar way, the sole divine having its perpetual youth in His delicate earthly manifestation also undergoes the agony. So, to ward off the summer's woe, the Chandan Upachara or the oblation of Chandan is performed for Brahmalinga that relieves Him from the heat as a part of humane rite. This also soothes the servitor who applies the divine sandalwood. Therefore, beginning from Akshaya Tritiya (Baisakha Shukla Tritiya), the 22 day long Chandan Yatra of Shree Shree Lingaraja Mahaprabhu and Pankhalagi (the offering of a fanlike 'chowerie' to the deity) is observed. The application of Chandan on the mystic and Supreme Brahmalinga is one amongst His fourteen prime festivals celebrated throughout the year.

Apart from these rites, the ritual recreation of manifested Shree Bhubaneswara Mahaprabhu as a part of His magnificent amusement in the waters of holy Bindu Sagara, is known as Chandan Yatra. The amusing ritual, despite as a sporting event resembles the 'Rasa Mandala' of Shree Shree Parvati Bhubaneswara for which, the deity performes eight times circumambulation known as 'Bhaunri', around the Bindusagara tank. It begins from Akshaya Tritiya.

With the completion of 'Bhoga Mandapa' ritual, Surya Pooja and Dwarapala Pooja are performed again as performed in the morning, after which the serving Paliabadu offers 'Pankha' (a fan-like chowerie). Then, the deity's Mahasnana (the holy great bath before Chandan Yatra) is performed. Following it, the ritual observer Brahmin, Pujapanda takes the grated Chandan for a circumambulation ('Bedha parikrama') of the deula alongwith Samartha servitors who would proceed with beating instruments and resonanting gongs. After they have performed a rotation of the ritual, Pujapanda offers the sacred Chandan over the entire body of Brahmalinga. Then, Paliabadu does the 'Besha' following which the Pana drink would be served to His majesty. Then, Jatra Puja is performed where the deputies of Shree Shree Chandrasekhara Lingaraja Mahaprabhu, Devi Parvati, Devi Durga and Shree Basudeva receive the holy garland of consent from the shrine head Brahmalinga and take their respective place in palanquins. They wait till the afternoon rituals of Mahaprabhu end. After the completion of Dwiprahara Dhoopa ritual, the deity goes for Pahuda (ritual oblation for the divine' sleep). Then the deputy of Shree Mahaprabhu proceeds for Chandan Yatra.

N.B. : The performing of Surya Pooja, Dwarapala Pooja and Mahasnana twice is only observed for Akshaya Tritiya and is not performed for other 21 days. This is the reason for which the rituals are quite delayed on the first day as compared to the scheduled time.

2 months ago | [YT] | 10

Shree Lingaraja

ଜୟ ମା ଗୌରୀ।

4 months ago | [YT] | 12

Shree Lingaraja

#ଶିବ_ଶୟନୀ_ଚତୁର୍ଦ୍ଦଶୀ।। #SHIVA_SAYANA..
ଆଷାଢ଼ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ଶ୍ରୀ ପରମେଶ୍ଵର ଲିଙ୍ଗରାଜ ମହାପ୍ରଭୁଙ୍କ ଶୟନ ଉତ୍ସବ ଅନୁଷ୍ଠିତ ହୋଇଥାଏ । ମାତା ପାର୍ବତୀଙ୍କ ସହିତରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଚତୁର୍ମାସ କାଳ ଶୟନ କରିଥାନ୍ତି । ଯଦିଓ ପରମବ୍ରହ୍ମଙ୍କ ଶୟନ ଉତ୍ଥାପନ ନାହିଁ, ସେ ସଦାକାଳ ଜାଗ୍ରତ, ସର୍ବଦ୍ରଷ୍ଟା, ସର୍ବ ଘଟଣାର ସାକ୍ଷୀ ରହିଥାନ୍ତି ; ତଥାପି ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଏହି ଯାତ୍ରା କରିଥାନ୍ତି । ଶ୍ରୀ ପାର୍ବତୀ ପରମେଶ୍ଵରଙ୍କ ପ୍ରତିନିଧି ରୂପେ ଶୟନ ଗୌରୀ ଚନ୍ଦ୍ରଶେଖର ପ୍ରତିମା ଚତୁର୍ମାସ ବ୍ୟାପୀ ଶୟନ କରିଥାନ୍ତି । ତାଙ୍କୁ ପରଂବ୍ରହ୍ମ ଲିଙ୍ଗରାଜ ମହାପ୍ରଭୁଙ୍କ ସାକାର ସ୍ଵରୂପ ଆଧାରରେ ଆଦିପୁରୁଷ ଓ ଆଦିଶକ୍ତି ରୂପରେ ସ୍ତୁତି କରାଯାଏ । ପରଂବ୍ରହ୍ମ ଲିଙ୍ଗରାଜ ସୃଷ୍ଟି କାର୍ଯ୍ୟ ନିମନ୍ତେ ସାକାର ରୂପ ହୋଇ ଆଦିପୁରୁଷ ଓ ଆଦିଶକ୍ତି ରୁପରେ ସ୍ଵରୂପଭୂତ ହୁଅନ୍ତି । ସେହି ଆଦିପୁରୁଷ ଆଦିମାତା ବ୍ରହ୍ମା ସାବିତ୍ରୀ ରୂପରେ ସୃଷ୍ଟି କରିଥାନ୍ତି ; ବିଷ୍ଣୁ ଲକ୍ଷ୍ମୀ ରୂପରେ ସଂସାର ପାଳନ କରିଥାନ୍ତି ; ଏବଂ ଉମା ମହେଶ୍ୱର ରୂପରେ ସୃଷ୍ଟିର ଶେଷ ଅବସ୍ଥା ଆସିଲେ ତାହାର ଲୟ କରାଇଥାନ୍ତି । ଏହି କ୍ରମରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଜାତିଜାତି ପୁଷ୍ପ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ପ୍ରାର୍ଥନା କରାଯାଏ ହେ ପ୍ରଭୁ ଆପଣ ଶୋଇଗଲେ ସାରା ଜଗତ ଶୋଇଯାଏ, ଆପଣ ଉଠିଲେ ଜଗତ ଜାଗି ଉଠେ । ଆପଣ ସମସ୍ତଙ୍କ ଉପରେ ପ୍ରସନ୍ନ ରୁହନ୍ତୁ ।

ଆଜି ଆଷାଢ଼ ଶିବ ଶୟନ ଚତୁର୍ଦ୍ଦଶୀ ଠାରୁ ଆରମ୍ଭ କରି କାର୍ତ୍ତିକ ଶିବ ଉତ୍ଥାପନ ପର୍ଯ୍ୟନ୍ତ ଏକାମ୍ରରେ ଚତୁର୍ମାସ ଆରମ୍ଭ ହେଉଅଛି । ଏହି ସମୟରେ ଏକାମ୍ର ପଞ୍ଚ କୋଶ ମଧ୍ୟରେ ବାସ କରୁଥିବା ବ୍ୟକ୍ତିଙ୍କ ପୁଣ୍ଯଫଳ ବର୍ଣ୍ଣନା କରିବା ଭାଷା ତତ୍ତ୍ୱରୁ ଉର୍ଦ୍ଧରେ ଅଟେ। ଏହି ସମୟ ଅତୀବ ପୁଣ୍ଯପ୍ରଦ। ପବିତ୍ର ବିନ୍ଦୁ ତୀର୍ଥରେ ସ୍ନାନ ସହିତ ଶ୍ରୀ ଅନନ୍ତ ବାସୁଦେବଙ୍କୁ ଅର୍ଚ୍ଚନା କରିବା ପୂର୍ବକ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆରାଧନା ସର୍ବଦା କରଣୀୟ ଅଟେ। ଏହି ସମୟରେ ଶିବ ପୂଜନ ଅକ୍ଷୟ ପୁଣ୍ୟ ପ୍ରଦାନ ପ୍ରଦାନ କରିବା ସହିତ ମୁକ୍ତି ପ୍ରଦାନ କରିଥାଏ ।

On the Chaturdashi (14th day) of the bright fortnight (Shukla Paksha) in the month of Ashadha, the Shayana Utsav (Sleeping Festival) of Shree Lingaraja Mahaprabhu, the Supreme Lord, is observed. During this occasion, Shree Lingaraja, along with Devi Parvati, enters into a symbolic rest known as Chaturmas Shayana (four-month divine slumber).

Although the Supreme Brahman does not actually sleep or wake—being ever-awake, all-seeing, and witness to all happenings—for the welfare of the world, this festival is traditionally observed. Devi Parvati, in the form of Shayana Gauri pratima, represents the divine consort of the Parameswara during this time, and rests beside Chandrashekhar, a form of Shree Lingaraja, throughout the four-month period.

Both are worshipped as a representative of the Supreme Brahman, Shree Lingaraja, in the form of Adi Purusha (Primal Man) and Adi Shakti (Primal Energy). The Supreme Brahman, taking a manifest form for the purpose of creation, appears as Adi Purusha and Adi Shakti. As such, the Lord is worshipped as Brahma and Savitri during creation, Vishnu and Lakshmi during sustenance, and Uma and Maheshwara during dissolution.

In this sequence, Shree Lingaraja Mahaprabhu is offered various flowers in worship, and devotees pray:
"O Lord, when You sleep, the entire world sleeps. When You rise, the world awakens. May You remain ever-pleased with all beings."

From Ashadha Shayana Chaturdashi to Kartik Shiva Uthapana (awakening day), the Chaturmas period is observed at Ekamra Kshetra (Bhubaneswar). During this time, residing within the five Krosha of Ekamra earns immense merit (punya), beyond description even by scriptures. This time is considered extremely auspicious.

Bathing at the sacred Bindusagara Tirtha, offering worship to Lord Ananta Vasudeva, and daily devotion to Shree Lingaraja Mahaprabhu is highly recommended during this time. Worship of Lord Shiva in this period grants eternal spiritual merit and ultimately liberation (moksha).

#shivachaturdashi #lingarajatemple #Ekamra

©️ Shree Lingaraja

11 months ago | [YT] | 7

Shree Lingaraja

ରୁକୁଣା ରଥ ବିଜେ ଶ୍ରୀ ଲିଙ୍ଗରାଜ, ଦେବୀ ଭୁବନେଶ୍ବରୀ ଓ ଶ୍ରୀ ବାସୁଦେବ।

1 year ago | [YT] | 16

Shree Lingaraja

#ଫଗୁ_ଦଶମୀ ।।
#ଏକାମ୍ରେ_ରଙ୍ଗହୋରି_ଉତ୍ସବ_ଆରମ୍ଭ ।।
🌻🌱🌺🌼🌸🌷💐🌿💐🌷🌸🌺🌱🌻

ସର୍ବ ରସଗ୍ରାହୀ ଶ୍ରୀ ଶ୍ରୀ ବିଳାସେଶ୍ବର ଲିଙ୍ଗରାଜ ମହାପ୍ରଭୁ ବସନ୍ତ ଆଗମନେ ବସନ୍ତ ବିଳାସ ଯାତ୍ରା ଆରମ୍ଭ କରିଥାନ୍ତି । ପ୍ରାଣେଶ୍ୱରୀ ଭଗବତୀ ଏବଂ ପ୍ରାଣବନ୍ଧୁ ନନ୍ଦକୁମାରଙ୍କୁ ସାଥିରେ ଧରି ଫଗୁ ଦଶମୀରୁ ଆରମ୍ଭ ହୁଏ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ଦୋଳ ଯାତ୍ରା । ଏକାମ୍ରରେ ଏହି ଉତ୍ସବକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଏ । ଏହି ରଙ୍ଗହୋରି ଉତ୍ସବର ଆରମ୍ଭ ହୁଏ ଫଗୁ ଦଶମୀରୁ । ପ୍ରଥମ ଦିନ ବା ଫଗୁ ଦଶମୀ ଦିନ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଭିତର ଫଗୁ ନିମନ୍ତେ ମନ୍ଦିର ବେଢ଼ା ଭିତରେ ଥିବା ଫଗୁ ମଣ୍ଡପକୁ ବିଜେ କରିଥାନ୍ତି । ଦ୍ୱିତୀୟ ଦିନ ଫଗୁରେ ବା ଏକାଦଶୀ ଦିନ ମହାପ୍ରଭୁ ଭାରତୀ ମଠକୁ ବିଜେ କରନ୍ତି। ତୃତୀୟ ଦିନରେ ତିନିମୁଣ୍ଡିଆ ଛକରେ ଅବସ୍ଥିତ ବ୍ରାହ୍ମଣ ନିଯୋଗ, ଚତୁର୍ଥ ଦିନରେ ମହାପ୍ରଭୁଙ୍କୁ ଯମେଶ୍ଵରଙ୍କ ସମ୍ମୁଖରେ ଥିବା ସ୍ଥାୟୀ ମଣ୍ଡପ ଏବଂ ପଞ୍ଚମ ଦିନରେ ବଡୁ ନିଯୋଗକୁ ବିଜେ କରିଥାନ୍ତି। ଚତୁର୍ଦ୍ଦଶୀ ଦିନ ବଡୁ ନିଯୋଗରୁ ଫଗୁପନ୍ତି ସାରି ଫେରିଲା ବାଟରେ ମହାଖଳାରେ ଅବସ୍ଥିତ ରଥ ପ୍ରତିଷ୍ଠା ମଣ୍ଡପ ସମ୍ମୁଖରେ ରାଜାଗ୍ନି ପ୍ରଜ୍ଜ୍ୱଳନ କରାଯାଇ ମହାପ୍ରଭୁଙ୍କୁ ପରିକ୍ରମା କରାଯାଏ । ଶେଷ ଦିନରେ ବା ପୂର୍ଣ୍ଣିମା ଦିନ ସପତ୍ନିକ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ, ନନ୍ଦ କୁମାର ଶ୍ରୀ ଦୋଳଗୋବିନ୍ଦଙ୍କ ସହ ଉତ୍ତର ଦ୍ୱାର ସ୍ଥିତ ଦୋଳ ମଣ୍ଡପକୁ ବିଜେ କରିଥାନ୍ତି ଏବଂ ସେଠାରେ ତ୍ରିକାଳ ପୂଜା ଷୋଡ଼ଶ ଉପଚାରରେ ଗ୍ରହଣ କରିଥାନ୍ତି। ଶେଷରେ ଦୋଳଗୋବିନ୍ଦ ଏବଂ ମହାପ୍ରଭୁଙ୍କ ଭେଟ ଆଳତି କରାଯାଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯାଏ ।

ଫଗୁ ଦଶମୀରେ ବଡ଼ସିଂହାର ବେଶ ଶେଷ ହେବା ପରେ ପୀଠାଧିଶଙ୍କୁ ରୂପା ଥାଳିରେ ଚଣା ଓ ସାକର ଭୋଗ ହୁଏ । ଏହା ପରେ ଚଳନ୍ତି ବିଗ୍ରହଙ୍କୁ ଦକ୍ଷିଣୀ ଘରୁ ବିଜେ କରାଇ ଶ୍ରୀ ଲିଙ୍ଗରାଜ , ଦେବୀ ପାର୍ବତୀ , ଦେବୀ ଦୁର୍ଗାଙ୍କୁ ରାଜ ବିମାନରେ ଏବଂ ଶ୍ରୀ ବାସୁଦେବଙ୍କୁ ପାଲିଙ୍କିରେ ବିଜେ କରାଯାଇ ମହାପ୍ରଭୁଙ୍କୁ ବେଢ଼ା ଭିତରେ ଥିବା ଫଗୁ ମଣ୍ଡପକୁ ଯାତ୍ରା କରି ନିଆଯାଏ । ଏହି ମଣ୍ଡପ ଷଡ ପାହାଚର ଦକ୍ଷିଣରେ, ବାହାନ ସ୍ତମ୍ଭର ବାମ ପାର୍ଶ୍ଵରେ ଏବଂ ଶ୍ରୀ ବିନାୟକଙ୍କ ପଶ୍ଚିମରେ ଅବସ୍ଥିତ । ମହାପ୍ରଭୁଙ୍କୁ ଫଗୁ ମଣ୍ଡପ ଉପରେ ଥିବା ଖଟୁଲିରେ ବିଜେ କରାଯାଏ ଏବଂ ଶୁଖିଲା ଚଣା ଏବଂ ସାକର ଭୋଗ କରି ଫଗୁ ଲାଗି ହୁଏ। ଏହି ଯାତ୍ରା ପାଇଁ ଘୋରା ଚନ୍ଦନକୁ ଖରାରେ ଶୁଖାଇ ଫଗୁ ପ୍ରସ୍ତୁତ ହୋଇଥାଏ ଏବଂ ଲାଗି ହେବା ପୂର୍ବରୁ ଏଇଥିରେ ଅଗୁରୁ ଏବଂ କର୍ପୁର ମିଶ୍ରଣ କରାଯାଇଥାଏ । ଏହା ପରେ ମହାପ୍ରଭୁ ପୁନଶ୍ଚ ପାଲିଙ୍କି ଏବଂ ରାଜବିମାନରେ ବିଜେ କରି ମନ୍ଦିର ବେଢ଼ା ପରିକ୍ରମା କରି ନାଟ ମଣ୍ଡପର ଉତ୍ତର ଦ୍ଵାରକୁ ବିଜେ କରନ୍ତି। ଏହା ପରେ ବିମାନରୁ ମହାପ୍ରଭୁଙ୍କୁ ବିଜେ କରାଯାଇ ପୀଠାଧିଶଙ୍କ ନିକଟକୁ ନିଆ ଯାଇ ଭେଟ ଆଳତି କରାଯାଇ ପୁନଶ୍ଚ ଦକ୍ଷିଣୀ ଘରେ ବିଜେ କରାଯାଏ । ଏହାପରେ ବଡ଼ସିଂହାର ଏବଂ ପଞ୍ଚବକ୍ତ୍ର ବିଜେ ହୋଇ ମନ୍ଦିର ପହୁଡ଼ ପଡ଼େ।

#holi #dolautsav #harharmahadev #shivamahadev #mahadevkiholi #mahadev #LingarajTemple #highlights @top fans #followers

1 year ago | [YT] | 15

Shree Lingaraja

#ଶିବ_ଉତ୍ଥାପନ_ଚତୁର୍ଦ୍ଦଶୀ ।।
ଆଜି ହେଉଛି ଶିବ ଉତ୍ଥାପନ ଚତୁର୍ଦ୍ଦଶୀ । ଆଷାଢ଼ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଠାରୁ କାର୍ତ୍ତିକ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଦୀର୍ଘ ଚତୁର୍ମାସ ଶୟନ ପରେ ଆଜି ତ୍ରିଭୁବନେଶ୍ଵର ମହାପ୍ରଭୁଙ୍କ ପ୍ରତିନିଧି ରୂପେ ଶୟନ କରିଥିବା ସଶକ୍ତିକ ପରମେଶ୍ଵର ମୂର୍ତ୍ତୀ ଯୋଗନିଦ୍ରା ତେଜିବେ । ଶ୍ରୀ ମହାପ୍ରଭୁଙ୍କ ଏହି ଉତ୍ଥାପନ ଚତୁର୍ଦ୍ଦଶୀ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା ଅଟେ । ଏହି ଦିନ ଶୟନ ଚତୁର୍ଦ୍ଦଶୀ ପରି ସମ ପ୍ରକାରର ନୀତି ପାଳନ ହୁଏ । ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ଚତୁର୍ଦ୍ଦଶୀ ବେଢା ନୀତି ଅନୁଷ୍ଟିତ ହୋଇଥାଏ । ଶ୍ରୀ ଲିଙ୍ଗରାଜ ମହାପ୍ରଭୁ, ଦେବୀ ପାର୍ବତୀ, ଦେବୀ ଭୁବନେଶ୍ବରୀ ଓ ଶ୍ରୀ ବାସୁଦେବ ପାଲିଙ୍କିରେ ବିଜେ ହୋଇ ବେଢା ପରିକ୍ରମା କରିଥାନ୍ତି। ବେଢା ପରିକ୍ରମା ପରେ ରାଜ ଦେଉଳ ଶିଖରୀକୁ ମହାଦୀପ ଉଠେ ।

ଏହାପରେ ଆରମ୍ଭ ହୁଏ ଉତ୍ଥାପନ ଯାତ୍ରା ନୀତି । ଚତୁର୍ଦ୍ଦଶ ଯାତ ମଧ୍ୟରୁ ଅନ୍ୟତମ ଯାତ୍ରା ହୋଇଥିବାରୁ ପ୍ରତେକ ଯାତ୍ରା ପରି ଏହି ଯାତ୍ରାରେ ମହାପ୍ରଭୁଙ୍କ ଜଗମୋହନରେ ଶୁଭ କଳସୀ ସ୍ଥାପନା ହୁଏ। ଶୟନ ଚତୁର୍ଦ୍ଦଶୀରେ ବ୍ରହ୍ମଲିଙ୍ଗଙ୍କ ପ୍ରତିନିଧି ରୂପେ ଶୟନ କରିଥିବା ରୌପ୍ୟ ଚନ୍ଦ୍ରଶେଖର ପ୍ରତିମା ଓ ସୁବର୍ଣ୍ଣ ପାର୍ବତୀ ପ୍ରତିମାଙ୍କୁ ପୀଠାଧିଶଙ୍କ ବଡ଼ସିଂହାର ବେଶ ଥାଇ ଭଣ୍ଡାର ଘରୁ ବିଜେ କରାଯାଇ ଶ୍ରୀ ପୀଠାଧିଶଙ୍କ ଛାମୁ ନିକଟକୁ ଅଣାଯାଏ। ଉତ୍ଥାପନ ପୂଜା ସହ, ପୁନଃ ଶୟନ ପ୍ରତିମାଙ୍କ ସ୍ନାନ, ବେଶ, ଭୋଗ ଓ ଆଳତି ଅନୁଷ୍ଟିତ ହୁଏ । ଏହାପରେ ଶୟନ ପ୍ରତିମା ଦ୍ୱୟ ଭଣ୍ଡାର ଘରକୁ ଉଭା ମୁଦ୍ରାରେ ଭଣ୍ଡାର ଘରକୁ ଫେରିଯାଆନ୍ତି । ଏହି ଦିନ ବିଶେଷ ଆକର୍ଷଣ ଏହା ଯେ ଆଜି ମହାପ୍ରଭୁଙ୍କ ରାତ୍ରି ବିହୀତ ଯାତ୍ରା ଦିବସ ଥିବାରୁ ମହାପ୍ରଭୁଙ୍କ ଅଦ୍ୱିତୀୟ ସୌନ୍ଦର୍ଯ୍ୟ ଧାରଣ କରିଥିବା ତ୍ରିପୁଣ୍ଡ୍ରଚନ୍ଦ୍ର ଅଳଙ୍କାର ଲାଗି ହୁଅନ୍ତି ଓ ନାନାଦି ପୁଷ୍ପ ଅଳଙ୍କାର ଆଦିରେ ସଜ୍ଜିତ ହୋଇଥାନ୍ତି ।

ଏହି ଶିବ ଉତ୍ଥାପନ ଚତୁର୍ଦ୍ଦଶୀ ଶ୍ରେଷ୍ଠ ବ୍ରତ ବା ବଡ ଓଷା ଭାବେ ସର୍ବତ୍ର ବିଦିତ ଅଟେ । ଉତ୍କଳର ପ୍ରତେକ ଶୈବ ପୀଠ ଶ୍ରୀ ଲିଙ୍ଗରାଜଙ୍କୁ କେନ୍ଦ୍ର କରି ଶିବ ଉତ୍ଥାପନ ଦିବସ ଅବସରରେ ଉତ୍ସବମୁଖର ହୋଇ ଉଠେ । ବଡ଼ଓଷା ନିମନ୍ତେ ଶ୍ରୀ ଧବଳେଶ୍ଵର ପୀଠରେ ଏଦିନ ବ୍ରତଚାରୀ ମାନଙ୍କ ଅନେକ ଗହଳି ହୁଏ । ଗଜଭୋଗ, ତରଣ ଆଦି ଅନେକ ସ୍ଵତନ୍ତ୍ର ଭୋଗ ମାନ ଶ୍ରୀ ମହାଦେବଙ୍କୁ ଲାଗି ହୋଇଥାଏ । ଶିବ ଉତ୍ଥାପନ ପରେ ବିବାହ ଆଦି ସର୍ବ ଶୁଭକର୍ମ ଆରମ୍ଭ ହୁଏ ।

Today is Shiva Utthapana Chaturdashi. Lord Tribhubaneswara wakeup after four months of Sayan. He slept along with Parvati from Asadha Sukla Chaturdashi upto Kartika Shukla Chaturdashi. Both the divine couple wakeup today and along with the auspicious periods completely starts from this day. This is very sacred day for Odias. It is also known as Bada Osa or Great Fast. Fasting for lord on this day and taking darsan of lord gives virtue and prosperity for the devotees.

#Shiva_utthapana #shiva #lingaraja #devsayan

©️ Shree Lingaraja @followers

1 year ago | [YT] | 10

Shree Lingaraja

ଶ୍ରୀ ଭୁବନେଶ୍ବର ସ୍ତୁତି

1 year ago | [YT] | 0

Shree Lingaraja

🌺🌱*ପ୍ରଥମାଷ୍ଟମୀ* 🌺🌱
*ସୁଜୋତି କାପାଳିକ ଉପାଖ୍ୟାନ*
*ପାପନାଶିନୀ_ତୀର୍ଥ_ଉତ୍ପତ୍ତି।।*
ଆସନ୍ତା କାଲି ପ୍ରଥମାଷ୍ଟମୀ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ କେନ୍ଦ୍ର କରି ଉତ୍ପତ୍ତି ହୋଇଥିବା ଏହି ଯାତ୍ରା ଉତ୍ସବ ସମଗ୍ର ଉତ୍କଳରେ ପ୍ରସିଦ୍ଧ ଅଟେ। ଏହି ଅବସରରେ ଆସନ୍ତୁ ଜାଣିବା ଏହି ଯାତ୍ରାର ଉତ୍ପତ୍ତି ବିଷୟରେ। ଏହି ପ୍ରଥମାଷ୍ଟମୀ ଯାତ୍ରାର କେନ୍ଦ୍ରବିନ୍ଦୁ ହେଉଛି ଶ୍ରୀ ପାପନାଶିନୀ ତୀର୍ଥ। ତୀର୍ଥର ନାମ ପାପନାଶିନୀ ଯେମିତି, ସେମିତି ଏହି ତୀର୍ଥ ସମସ୍ତ ପାପ ବିନାଶ କରିବାରେ ସକ୍ଷମ ଅଟେ। କେବଳ ଯେ ଏହା ପାପ ବିନାଶ କରେନାହିଁ ବରଂ ଏହା ମଧ୍ଯ ପଶୁ ଯୋନିରୁ ମୁକ୍ତ କରି ଦିବ୍ୟ ଶିବଭକ୍ତି ଯୁକ୍ତ ମାନବ ଜୀବନ ପ୍ରଦାନ କରିଥାଏ। ଏକାମ୍ର ପୁରାଣ ବର୍ଣ୍ଣନା କରନ୍ତି ସପ୍ତର୍ଷିମଣ୍ଡଳ ତେଜରୁ ସୁଯୋତି ଜଣେ ସିଦ୍ଧ ପୁରୁଷ ଉଦ୍ଭବ ହୁଅନ୍ତି। ସଂସାର ଜନଙ୍କ ପାପତାପଭୟରୁ ଉଦ୍ଧାର କରିବା ନିମିତ୍ତ ତପ ସାଧନା କରିବାକୁ ନିଶ୍ଚୟ କରନ୍ତି। ହେଲେ ସମଗ୍ର ପୃଥିବୀ ପର୍ଯ୍ୟଟନ ପରେ ମଧ୍ଯ ତାଙ୍କର ତପ ସାଧନା ନିମନ୍ତେ ଉପଯୁକ୍ତ ସ୍ଥାନ ମିଳେ ନାହିଁ। ହେଲେ ସର୍ବ ଶେଷରେ ଶ୍ରୀ ପରମେଶ୍ଵରଙ୍କ କୃପା ଫଳରେ ତାଙ୍କ ପରିକ୍ରମଣ ଶେଷରେ ସେ ଆସି ପହଞ୍ଚନ୍ତି ଏହି ଏକାମ୍ର ବନରେ। ସେ ଏହି ବନର ସୌନ୍ଦର୍ଯ୍ୟ ଦେଖି ଓ ସନାତନ ବ୍ରହ୍ମଲିଙ୍ଗ ଶ୍ରୀ କୋଟିଲିଙ୍ଗେଶ୍ବରଙ୍କ ଅନୁଭୂତି ପାଇ ଅଭିଭୂତ ହୋଇ ପଡ଼ନ୍ତି।ଏହି ସ୍ଥାନରେ ନିଜ ସାଧନା କ୍ରମ ଅନୁସାରେ ଫଳମୂଳ, ଜଳ ଓ ସର୍ବ ଶେଷରେ ବାୟୁ ସେବନ କରି କରି ଦୀର୍ଘ ଏକ ହଜାର ବର୍ଷ ତପସ୍ୟାରେ ରତ ହୁଅନ୍ତି। ଖରା ବର୍ଷା ଶୀତ ସହ୍ୟ କରି ଅତୀବ କଠିନ ତପସ୍ୟାରେ ମଗ୍ନ ହୋଇ ସେହି ଦିବ୍ୟ ସନ୍ୟାସୀ ଶ୍ରୀ ଶ୍ରୀ ତ୍ରିଭୁବନେଶ୍ଵର ଲିଙ୍ଗରାଜ ମହାପ୍ରଭୁଙ୍କୁ ଆରାଧନା କରନ୍ତି।

ତାପସଙ୍କ ତପ ପ୍ରଭାବ ଫଳରେ ପରମବ୍ରହ୍ମ ସ୍ଵୟମ୍ଭୁ ପରମେଶ୍ଵର ତାଙ୍କ ନିକଟରେ ପ୍ରକଟ ହୁଅନ୍ତେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ସୁଯୋତି ମୁନି କୃତ୍ୟକୃତ୍ୟ ହୋଇ ପଡିଲେ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ସନ୍ୟାସୀଙ୍କୁ ବର ମାଗିବାକୁ କହିବାରୁ, ଯେପରି ସନ୍ୟାସୀ ନିଜ ସୁଖ ଛାଡି ସଂସାର ମଙ୍ଗଳ କାମନା କରନ୍ତି ସେହିପରି ସୁଯୋତି ସନ୍ୟାସୀ ଇହଲୋକ, ପରଲୋକ, ସମସ୍ତ ପାପ ତାପ ହରଣ କରୁଥିବା ଏବଂ ଅନ୍ତ ପରେ ଅବା ଜୀବନ୍ତ ସମୟରେ ସ୍ଵର୍ଗ ସୁଖ ପ୍ରଦାନ କରୁଥିବା ଏକ ଜଳାଶୟ ସୃଷ୍ଟି ନିମନ୍ତେ ବର ପ୍ରାର୍ଥନା କଲେ। ଶ୍ରୀ ମହାପ୍ରଭୁ ଅତ୍ୟନ୍ତ ପ୍ରୀତ ହୋଇ ସ୍ଵ ଅନୁଗ୍ରହରୁ ଏକ ଜଳାଶୟ ସୃଷ୍ଟି କଲେ। ନିଜ ପ୍ରାର୍ଥନାକୁ ଗ୍ରହଣ କରିଥିବାରୁ ସୁଯୋତି ସନ୍ୟାସୀ ପରମେଶ୍ୱରଙ୍କ ଜୟ ଜୟକାର କରି ପରମେଶ୍ବରଙ୍କ ହୃଦୟ ବିଗଳିତ କରିବା ଭଳି ସ୍ତୁତି ପାଠ କରିବା ଆରମ୍ଭ କଲେ।

ଭଗବାନ ମହେଶ୍ୱର ଏହି ସ୍ତୁତିରେ ପ୍ରସନ୍ନ ହୋଇ ପୁନଃ ଶ୍ରୀବଚନ କହୁ ଅଛନ୍ତି। ଏହି ସ୍ତୁତି ମୋ ହୃଦୟକୁ ଛୁଇଁ ଥିବାରୁ ଏହା ମୋର ଅତ୍ୟନ୍ତ ପ୍ରିୟ ହେବ। ପୁନଶ୍ଚ ଆମ୍ଭେ ବର ପ୍ରଦାନ କରୁଅଛୁ ଏହି ସ୍ତୁତି ଯେ ଜନ ପାଠ କରିବ ତାହାର ଅଶେଷ ଦୂରିତ ଖଣ୍ଡନ ହୋଇବ। ଏହି ତୀର୍ଥ ଦେବତା, ପିତୃପୁରୁଷ, ମାନବ ଏବଂ ସମସ୍ତ ପ୍ରାଣୀଙ୍କୁ ସନ୍ତୋଷ କରିବାରେ ସକ୍ଷମ ହେବ। ଅକ୍ଷୟ ସୁଖ ସମୃଦ୍ଧି ଜାତ କରିବାରେ ସକ୍ଷମ ହେବ ଏହି ତୀର୍ଥ।

ତାପସ ପୁନଶ୍ଚ ମହାପ୍ରଭୁଙ୍କୁ ଅନୁରୋଧ କରୁଅଛନ୍ତି। ଏହି ପୁଷ୍କରିଣୀ ସମସ୍ତ ପ୍ରାଣୀଙ୍କ ପାପ ନାଶକାରୀ ହେବା ହେତୁ ଏହାର ନାମ ପାପନାଶିନୀ ତୀର୍ଥ ରଖିବାକୁ ଅନୁରୋଧ କରୁଅଛି। ଶ୍ରୀ ପରମେଶ୍ଵର ପ୍ରୀତ ହୋଇ ଅସ୍ତୁ ବଚନ କରି ଅନ୍ତର୍ହିତ ହୋଇଗଲେ।

ଏହାପରେ ସନ୍ୟାସୀ ଜୀବନର ଶେଷ ପର୍ଯ୍ୟନ୍ତ ସେହି ତୀର୍ଥ କୂଳରେ ନିବାସ କରି ତପ ଆଚରଣ କରିବା ପୂର୍ବକ ପ୍ରଭୁ ପୂଜାରେ ମନ ନିବେଶ କଲେ। ଯେଉଁ ଲିଙ୍ଗ ସ୍ଥାପନା କରି ମହାପ୍ରଭୁଙ୍କୁ ଉପାସନା କରୁଥିଲେ ତାହା ଆଜିବି ଦୃଶ୍ୟମାନ ହୋଇଥାଏ। ସନ୍ନ୍ୟାସୀଙ୍କ ଶେଷ ସମୟରେ ସେ ପରମେଶ୍ଵରଙ୍କ ଠାରେ ବିଲୀନ ହୋଇଗଲେ। ମଠ ସ୍ଥାନ ବିଘ୍ନ ହେଲେ ମଧ୍ଯ ସୁଯୋତି ସନ୍ୟାସୀଙ୍କ ସମାଧି ମନ୍ଦିର ଆଜିବି ସେହିଠାରେ ଅଛି। ପ୍ରତିବର୍ଷ ପ୍ରଥମାଷ୍ଟମୀ ଯାତ୍ରା ସମୟରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ସହ ସେହି ସମାଧି ପୀଠରେ ଭେଟ ଆଳତି ଅନୁଷ୍ଠିତ ହୋଇଥାଏ। ତପସ୍ବୀଙ୍କ ଉପାସିତ ଦେବୀ କପାଳି ଆଜି ବି ମଧ୍ଯ ଏହି ମଠ ଦେବୀ ଭାବେ ପୂଜିତା ହୋଇଥାନ୍ତି। ଏଣୁ ଏହି ମଠର ନାମ କପାଳି ମଠ ଅଟେ।

ପାପନାଶିନୀ ତୀର୍ଥ ସୃଷ୍ଟି ହେବା ପରେ ଅନେକ ବର୍ଷ ପରେ ସୁଯୋତି ସନ୍ୟାସୀ ବ୍ରହ୍ମଲୀନ ହୁଅନ୍ତି। ଏହାପରେ ସେହି ସ୍ଥାନ ନାନବିଧ ବନ ଲତାରେ ପରିପୂର୍ଣ୍ଣ ହୋଇଯାଏ। ବାଂଶ ବନରେ ପୂର୍ଣ୍ଣ ହୁଏ ପାପନାଶିନୀ ତୀର୍ଥ........

ପାପନାଶିନୀ ତୀର୍ଥ ବିଷୟକ ଗାଥା ଏତେ ରୋମାଞ୍ଚକର ଯେ ଏହାର ପ୍ରତେକ ଅଂଶ ଅତୀବ ପ୍ରୀତିକର ଏବଂ ପୁଣ୍ଯ ପ୍ରଦାୟକ ଅଟନ୍ତି। ଆଉ ଏକ ଅଲୌକିକ ଘଟଣା ଫଳରେ ପାପନାଶିନୀ ତୀର୍ଥର ନାମ ପଡେ ବାନରୀ କୁଣ୍ଡ। ତାହା ଆଉ ଏକ ଅଧ୍ୟାୟରେ।

ତଥ୍ୟ- ଏକାମ୍ର ପୁରାଣ ବର୍ଣ୍ଣନା। ଭାଷ୍ଯକାର ସ୍ଵର୍ଗତ ପଣ୍ଡିତ ମାନଗୋବିନ୍ଦ ମହାସୁପକାର।
©️ Shree Lingaraja

2 years ago | [YT] | 19

Shree Lingaraja

#ରାଜବେଶେ_ଶ୍ରୀ_ଲିଙ୍ଗରାଜ।।
ଆଜିଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦିବ୍ୟ ସୁନ୍ଦର ରାଜବେଶରେ ଦର୍ଶନ ଦେବେ। ଭକ୍ତ ମାନେ ପ୍ରତ୍ୟେହ ସକାଳ ଧୂପ ଓ ସନ୍ଧ୍ୟାଧୂପ ସମୟରେ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ କରି ପାରିବେ।

ଶିବାର୍ଚ୍ଚନ ଲାଗି ସର୍ବୋତ୍ତମ ମାସ କାର୍ତ୍ତିକରେ ନିର୍ଗୁଣ ନିରାକାର ବ୍ରହ୍ମଲିଙ୍ଗ ତ୍ରିଭୁବନେଶ୍ବରଙ୍କ ସଗୁଣ ସାକାର ସ୍ବରୂପର ପରିପ୍ରକାଶର ସାକ୍ଷୀ ପ୍ରତ୍ୟେକ ଜୀବାତ୍ମା ପରମଶିବଙ୍କ ସାନ୍ନିଧ୍ୟ ଲାଭ କରୁ; କୃତ୍ତିବାସଙ୍କ ଶ୍ରୀଚରଣକମଳରେ ଏହି ପ୍ରାର୍ଥନା।

2 years ago | [YT] | 0

Shree Lingaraja

ଉତ୍କଳେ ପାର୍ବଣ ଆରମ୍ଭ

2 years ago | [YT] | 11