ଜୟ ଜଗନ୍ନାଥ ମହାପ୍ରଭୁ ମୁଁ ପୁରୀ ପିଲା ଜଗନ୍ନାଥ ପ୍ରେମୀ 🙏
ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ଭଲ ରେ ରଖନ୍ତୁ 🙏❤️
ଜୟ ଜଗନ୍ନାଥ 🙏
ଜୟ ମା ସୁଭଦ୍ରା 🙏
ଜୟ ପ୍ରଭୁ ବଳଭଦ୍ର 🙏
ସୁଦର୍ଶନ ପ୍ରଭୁ 🙏


Kumar Rudra

ମୁଁ ଜଗନ୍ନାଥ ମାଟି ରେ ଜନ୍ମ 🙏🙏🙏

2 months ago | [YT] | 47

Kumar Rudra

ଅଖି ଦେଖି ମନ ଯାଉଛି ଲାଖି ହଟୁନି ଆଖି ରୁ ନଜର ମଣିମା 🙏🙏🙏

2 months ago | [YT] | 115

Kumar Rudra

ଆହେ ମହାପ୍ରଭୂ ଜଗତ ର ନାଥ ଜଗନ୍ନାଥ 🙏🥺🙏

9 months ago | [YT] | 1,011

Kumar Rudra

ଷୋଳପୂଜା ର ତୃତୀୟ ଦିନ ଅବସର ରେ ଅବକାଶ ଲେନ୍ ସ୍ଥିତ ମା ଭୁବନେଶ୍ବରୀ ଙ୍କ ବ୍ରହ୍ମାଣୀ ବେଶ 🔱

9 months ago | [YT] | 837

Kumar Rudra

*ବାବା ବରାଳ ବାଲୁଙ୍କେଶ୍ୱର ଙ୍କ ଦର୍ଶନ*

9 months ago | [YT] | 701

Kumar Rudra

II ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ଓ ସହସ୍ରାକୁମ୍ଭାଭିଷ || :-

ଭାରତରେ ଅନେକ ପ୍ରତିଷ୍ଠିତ ପୀଠସ୍ଥଳୀ ରହିଛି । ସେଥ୍ମଧ୍ୟରେ ଶ୍ରୀକ୍ଷେତ୍ର ଅନ୍ୟତମ । ଶଙ୍ଖକ୍ଷେତ୍ରର କ୍ଷେତ୍ରଧୂଶ୍ବରୀ ଭାବରେ ମା ବିମଳା ଅଧୁଷ୍ଠିତ ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିରର ଭିତରବେଢା ମଧ୍ଯରେ ବିରାଜିତା ଦେବୀ ବିମଳା ପାଦପୀଠେଶ୍ବରୀ ନାମରେ ସୁବିଦିତା ପୀଠାଧୂଶ୍ବରୀ ମା ବିମଳା ହେଉଛନ୍ତି ଶାକୁ ପାରମ୍ପରାରେ ମୁଖ୍ୟ ଶକ୍ତି । ଅଶ୍ବିନ ମାସର ଶରତକାଳରେ ମା' ଶ୍ରୀକ୍ଷେତ୍ରଶ୍ବରି ଙ୍କର ଶ୍ରୌତ ସ୍ମାର୍ତବିଧୂରେ ତର୍ପଣ, ମାର୍ଜନ, ହୋମ ଓ ବଳିପୂଜାଦି ଅନୁଷ୍ଠିତ ହୋଇଥାଏ । ବହୁ ଆଡମ୍ବର ଓ ବିଧୂବିଧାନ ସହ ବହୁଦିନ ପର୍ଯ୍ୟନ୍ତି ପାଳିତ ହେଉଥ‌ିବା ଦେବୀଙ୍କର ଏହି ପୂଜା ଶାରଦୀୟ ଦୁର୍ଗାତ୍ସବ ' ଭାବରେ ଖ୍ୟାତ I ଶରତକାଳର ଏହି ପୂଜା ସମୟକୁ ଛାଡିଦେଲେ ମା ବିମଳାଙ୍କର ନିତ୍ୟ ପୂଜାବିଧୂ ନାହିଁ ।

ଶ୍ରୀମନ୍ଦିରରେ କେବଳ ଶ୍ରୀଜୀଉମାନଙ୍କର ନୈବେଦ୍ୟ ଦେବୀଙ୍କୁ ସମର୍ପଣ କରାଯାଇଥାଏ । ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ଓ ସହସ୍ର କୁମ୍ଭାଭିଷେକ - ଦେବଦେବୀଙ୍କର ଶୟନ ଓ ଉତ୍ଥାପନ ଆଦିରେ ବହୁବିଧ କର୍ମ ସମ୍ପାଦିତ ହେଉଥିଲେ ମଧ୍ୟ ତନ୍ମଧରୁ ଅଭିଷେକ ବିଧୂର ଯଥେଷ୍ଟ ପ୍ରାଧାନ୍ୟ ରହିଛି । ଶ୍ରୀଦୁର୍ଗାଦେବୀ ଙ୍କ ଶୟନକାଳ ହେଉଛି ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀଠାରୁ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ । ଦେବୀ ଦୁର୍ଗା ଭାଦ୍ରବ ଶୁକ୍ଳ ଅଷ୍ଟମୀ ରାତ୍ରିରେ ଶୟନ କରନ୍ତି ଓ ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିବାଭାଗରେ ଶୟନରୁ ଉଠନ୍ତି । ଚନ୍ଦ୍ରମାନ ମାସର ଏହି ପନ୍ଦର ଦିନ ମଧ୍ୟରେ କେତେବେଳେ ତିଥୂ ବୃଦ୍ଧି ସମ୍ଭବ ହେଲେ ମଧ୍ୟ ଦେବୀ ଦୁର୍ଗାଙ୍କର ଶୟନକାଳ ନିର୍ଦ୍ଦିଷ୍ଟ ପନ୍ଦର ଦିନରୁ ବଢି ନଥାଏ । ତେଣୁ ତିଥ୍ୟା ବୃଦ୍ଧି ନଥୁଲେ ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ କିମ୍ବା ତିଥ୍ୟା ବୃଦ୍ଧିରେ ସପ୍ତମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଭଣ୍ଡାର ଘରୁ ଦୁର୍ଗାଦେବୀଙ୍କର ଚଳନ୍ତି ବିଗ୍ରହ ଆଜ୍ଞାମାଳ ପାଇ ପତିମହାପାତ୍ରଙ୍କ ହସ୍ତରେ ଆସି ସୋମନାଥ ମଣ୍ଡପ ( ମାଜଣା ମଣ୍ଡପ ) ଖଟ ଉପରେ ବିଜେ ହୁଆନ୍ତି । ସେଠାରେ ପୁଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରାହ୍ମଣ ବରଣ ହୋଇ ଶ୍ରୀଦୁର୍ଗାଦେବୀଙ୍କର କୋଠଭୋଗ ପାଣିଆ ସେବକ ଯୋଗାଇଥିବା ଏକ ସହସ୍ର ଗରା ଜଳଲାଗି କଲା ପରେ ଶ୍ରୀଅଙ୍ଗ ପୋଛା ପରେ ଲୁଗାଲାଗି ହୋଇ ବେଶ ହୋଇଥାନ୍ତି । ଏହାପରେ ପାଣିପଡି ଶୀତଳ ଭୋଗ ଓ ବନ୍ଦାପନାଦି ଶେଷ ହେଲେ ଦେବୀ ବିଗ୍ରହଙ୍କୁ ଭଣ୍ଡାରଘର ଦ୍ବାର ଦେଶରେ ବିଜେ କରାଗଲା ପରେ ସହସ୍ରାକୁମ୍ଭାଭିଷକ ନୀତି ସମାପ୍ତ ହୁଏ ।

10 months ago | [YT] | 115

Kumar Rudra

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଜୟ ଜୟ ଜଗନ୍ନାଥ 🙏🙏🙏

10 months ago | [YT] | 860

Kumar Rudra

*ଶ୍ରୀମନ୍ଦିର ସିଂହଦ୍ୱାରରୁ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ପ୍ରାତଃ ଦର୍ଶନ...*

10 months ago | [YT] | 1,048

Kumar Rudra

କାଳୀୟଦଳନ ଏକାଦଶୀ......

ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ଏହା କାଳୀୟଦଳନ ଏକାଦଶୀ ଭାବେ ପ୍ରସିଦ୍ଧ । ଏହି ଏକାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁମାନେ କାଳୀୟଦଳନ ବେଶ ଧାରଣ କରନ୍ତି । କିମ୍ବଦନ୍ତୀ ଅନୁଯାୟୀ ରମଣକ ଦ୍ଵିପ ଥିଲା କାଳୀୟ ବା କାଳୀୟ ନାଗର ବାସସ୍ଥାନ । ଗରୁଡ଼ଙ୍କ ଭୟରେ ସେ ସପରିବାର ନିଜର ବାସସ୍ଥାନ ଛାଡ଼ି, ବୃନ୍ଦାବନ ରେ ଯମୁନା ନଦୀରେ ଆଶ୍ରୟ ନେଇଥିଲା । ଗରୁଡ଼ ଶାପଗ୍ରସ୍ତ ଥିଲେ । ଶାପ ଅନୁଯାଇ ବୃନ୍ଦାବନ ଆସିଲେ ତାଙ୍କର ମୃତ୍ୟୁ ହେବ । ତେଣୁ କାଳୀୟ ନିର୍ଭୟରେ ଯମୁନାରେ ବାସ କରୁଥିଲା । ତା' ବିଷ ପ୍ରଭାବରେ ଯମୁନା ଜଳ କୃଷ୍ଣ ବର୍ଣ୍ଣ ଧାରଣ କରିଥିଲା । ତୀରରେ ଏକ କଦମ୍ବ ଗଛ ଛଡା ଆଉ କିଛି ଉଧେଇପାରୁ ନ ଥିଲା । ବୃନ୍ଦାବନବାସୀ ପାଣିରେ ପଶିବାକୁ ଭୟ କରୁଥିଲେ ।ଦିନେ କୃଷ୍ଣ ଗୋପାଳ ବନ୍ଧୁ ମାନଙ୍କ ମେଳରେ ଯମୁନା କୂଳରେ ଖେଳୁଥିବା ବେଳେ ପେଣ୍ଡୁଟି ପାଣି ରେ ପଡ଼ିଗଲା । କୃଷ୍ଣ ସଙ୍ଗେ ସଙ୍ଗେ ଯମୁନାଜଳ ରେ ପଶିଲେ । ପସୁ ପସୁ ଶ୍ରୀକୃଷ୍ଣ ଙ୍କୁ ଭିଡ଼ିନେଲା କାଳୀୟ ନାଗ। ଏହା ଦେଖି ଗୋପାଳ ପିଲା ଯାଇଁ ଭୟରେ ନନ୍ଦରାଜା ଙ୍କୁ ଜଣାଇ ଦେଲେ । ଏକଥା ଶୁଣି ଯଶୋଦା ଓ ନନ୍ଦରାଜା ଯମୁନା ତଟ କୁ ଧାଇଁଲେ । କିନ୍ତୁ ଏପଟେ ଶ୍ରୀକୃଷ୍ଣଙ୍କୁ କାଳୀୟ ନାଗ କାବୁ କରିବାରେ ବିଫଳ ହେଲା । ଓଲଟା ଶ୍ରୀକୃଷ୍ଣ କାଳୀୟ କୁ ଦଲନ କରିବା ସହ ତା ଉପରେ ନୃତ୍ୟ ଆରମ୍ଭ କରିଦେଲେ । ବିଶ୍ୱ ବ୍ରହ୍ମାଣ୍ଡର ବୋଝ ଯେପରି ତା ଉପରେ ପଡ଼ିଗଲା । ପ୍ରଭୁଙ୍କ ପାଦ ର ଆଘାତ

10 months ago | [YT] | 591

Kumar Rudra

ଅମ୍ବିକା ହୋଇଛନ୍ତି ଜାତ। 💛
ଜଗତ ନିଦ୍ରା ରେ ମୋହିତ।। 🩵

ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଓ ଦୁର୍ଗା ପ୍ରାକଟ୍ୟ ନୀତି :

ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ନୀତି ହୁଏ। ମଙ୍ଗଳ ଆଳତି ପରେ ରାମକୃଷ୍ଣ ଓ ମଦନମୋହନ ଜଗମୋହନରେ ଦୋଳାରେ ବସନ୍ତି। ସକାଳ ଧୂପ ସମାପ୍ତ ହେବା ପରେ ପାଣିପକା ଭୋଗ ହୁଏ। ଏହି ଦିନ ଭୋଗମଣ୍ଡପ ଘର ଓ ଶ୍ରୀଜୀଉଙ୍କ ମଧ୍ୟରେ ଦୋଳା ଥିବାରୁ ଭୋଗମଣ୍ଡପ ଭୋଗକୁ ପାଣିପକା ଭୋଗ କୁହାଯାଏ। ଏହା ପରେ ସଂପୃକ୍ତ ସେବକମାନଙ୍କ ଦ୍ଵାରା ମଇଲମ ,ମହାସ୍ନାନ ପୂଜା ଠା, ମହାସ୍ନାନ, ନୂଆ ଲୁଗା ଲାଗି ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାଇବେ। ଦିଅଁମାନେ ଛଅ ମୂର୍ତ୍ତି ଅଳଙ୍କାର ଲାଗି ହେବେ। ଦେବୀ ସୁଭଦ୍ରାଙ୍କୁ ଆଜ୍ଞାମାଳ ଖଣ୍ଡିଏ ଲାଗି କରାଇ କର୍ପୂର ଲାଗି ପୁଷ୍ପାଳକ ସିଂହାସନରୁ ଓହ୍ଲାଇବେ। ସୁଭଦ୍ରା ଓ ଜଗନ୍ନାଥଙ୍କ ବାଡ଼ରେ ଷଷ୍ଠୀ ଓ ମାର୍କଣ୍ଡି ପୂଜା ହୁଏ। ଏହା ପରେ ମଧ୍ୟାହ୍ନ ଧୂପର ଛେକ ରୋଷଘରୁ ଘଣ୍ଟ, ଛତା ଓ କାହାଳୀ ସହ ତଳୁଚ୍ଛ ଓ ପ୍ରଧାନୀଙ୍କ ହାତ ପୈଠ ହୋଇ ଆସିବେ। ମୁଦିରସ୍ତଙ୍କ ପ୍ରସାଦ ଲାଗି ପରେ ପୂଜାପଣ୍ଡା ପୂଜା କରିବେ। ଧୂପ ଶେଷ ପରେ ଧୋପଖାଳ ହେବ। ପଣ୍ଡା, ପତି ଓ ମୁଦିରସ୍ତ ଆସି ଜଗନ୍ନାଥଙ୍କବାଡ଼ ଓ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିବେ ଓ ତିନିବାଡ଼ରେ ବନ୍ଦାପନା କରିବେ। ଏହାପରେ ଭଣ୍ଡାର ଘରୁ ଦୁର୍ଗା ମୂର୍ତ୍ତିଙ୍କୁ ପତି ମହାପାତ୍ର ବିଜେ କରାଇନେଲେ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ପୂଜାପଣ୍ଡା ଆଜ୍ଞାମାଳ ଦିଅନ୍ତି। ପତ

10 months ago | [YT] | 162