Dear Viewers,
Jagruti Live Media is one of Odisha’s fastest-growing digital news channels, committed to delivering authentic, unbiased, and ground-level journalism. With our tagline “Odisha Mati Ra Khabar”, we bring the voice of the people directly to the public through accurate and impactful reporting.
From the latest breaking news, political updates, entertainment stories, sports coverage, national and international headlines, to exclusive interviews, viral news, and special ground reports — Jagruti Live Media stands as a trusted platform for real stories that truly matter.
Our mission is to connect every corner of Odisha with truthful journalism, highlighting the issues, achievements, culture, and concerns of the people. With a strong focus on credibility, speed, and public interest, Jagruti Live Media continues to grow as a reliable source of news and information for viewers across Odisha and beyond.
JAGRUTI LIVE MEDIA
ବିହାରର ବେଗୁସରାଇରେ ଘଟିଥିବା ଏହି ହୃଦୟବିଦାରକ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଜଣେ ୨୮ ବର୍ଷୀୟା ମହିଳାଙ୍କ ସହ ଅମାନବିକ ନିର୍ଯାତନା ଓ ପ୍ରଶାସନିକ ଅବହେଳାର ଅଭିଯୋଗ ନାରୀ ସୁରକ୍ଷା ବ୍ୟବସ୍ଥାକୁ ପୁଣିଥରେ ପ୍ରଶ୍ନର ସମ୍ମୁଖୀନ କରିଛି। ମାମଲାର ତଦନ୍ତ ପାଇଁ SIT ଗଠନ ହୋଇଥିବାବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣା କେବଳ ଏକ ଅପରାଧ ନୁହେଁ, ବରଂ ସମାଜର ମାନବିକତା, ନାରୀ ସମ୍ମାନ ଓ ନ୍ୟାୟ ବ୍ୟବସ୍ଥା ପାଇଁ ଏକ ବଡ଼ ପରୀକ୍ଷା। ଦୋଷୀଙ୍କ ବିରୋଧରେ କଠୋର ଶାସ୍ତି ଓ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ଦେବାକୁ ଦେଶବାସୀ ଦାବି କରୁଛନ୍ତି।
#jagrutilivemedia #BegusaraiCase #BiharCrime #JusticeForWomen #WomenSafety
5 days ago | [YT] | 1
View 0 replies
JAGRUTI LIVE MEDIA
ରାୟଗଡ଼ା ମବ୍ ଆକ୍ରମଣ ଘଟଣାକୁ IUCAWକୁ ହସ୍ତାନ୍ତର କରାଯିବା ନ୍ୟାୟ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶିଶୁ ଚୋର ସନ୍ଦେହରେ ଦୁଇଜଣ ସ୍ୱେଚ୍ଛାସେବୀଙ୍କୁ ଆକ୍ରମଣ କରାଯିବା ଘଟଣା ସମାଜରେ ଗୁଜବ ଓ ଅସଚେତନତାର ଭୟଙ୍କର ପରିଣାମକୁ ସାମ୍ନାକୁ ଆଣିଛି। ଏପର୍ଯ୍ୟନ୍ତ ୨୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଓଡ଼ିଶା ପୁଲିସ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଇଛି। ଏହି ଘଟଣା ଆମକୁ ଶିଖାଏ ଯେ ଗୁଜବକୁ ବିଶ୍ୱାସ କରି ଆଇନକୁ ନିଜ ହାତକୁ ନେବା କେବେବି ସମାଧାନ ନୁହେଁ। ନ୍ୟାୟ, ମାନବିକତା ଓ ସଚେତନତା ହିଁ ଏଭଳି ଘଟଣାକୁ ରୋକିବାର ଏକମାତ୍ର ପଥ।
#jagrutilivemedia #RayagadaMobAssaultCase #IUCAWInvestigation #RayagadaNews #BreakingNews
5 days ago | [YT] | 1
View 0 replies
JAGRUTI LIVE MEDIA
ରାୟଗଡ଼ା ଅମାନବୀୟ କାଣ୍ଡ ନ୍ୟାୟ କେବେ ? ଏହି ଦୃଶ୍ୟ ଆଜିବି ସମାଜ ରେ ବଞ୍ଚିରହିଥିବା ମାନବିକତା ର ପ୍ରକୃତ ଉଦାହରଣ ଭିଡ଼ ଭିତରେ ପ୍ରକୃତ ନାୟକ ବଳରାମ ବାଘ #jagrutilivemedia #RayagadaCase #RayagadaMobLynching #DemandJustice #ViralPost
6 days ago | [YT] | 16
View 0 replies
JAGRUTI LIVE MEDIA
ରାୟଗଡା ଜିଲ୍ଲାରେ ଜଣେ ମହିଳା ଗବେଷକ ଓ ଏନଜିଓ କର୍ମୀଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ଓଡ଼ିଶା ପୁଲିସ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ତଦନ୍ତକୁ ରେଡ୍ ଫ୍ଲାଗ୍’ ସ୍ଥିତି ପ୍ରଦାନ କରିଛି। ଏପର୍ଯ୍ୟନ୍ତ ୨୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବିଶେଷ ଟିମ୍ ଗଠନ କରାଯାଇଛି। କ୍ରାଇମ୍ ବ୍ରାଞ୍ଚ ଓ ଜିଲ୍ଲା ପୁଲିସ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି। ଘଟଣା ସହ ଜଡ଼ିତ ଭିଡିଓ ରେକର୍ଡିଂ ଓ ସୋସିଆଲ ମିଡିଆରେ ପ୍ରଚାର ନେଇ ମଧ୍ୟ ତଦନ୍ତ ଚାଲିଛି। ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସ୍ପଷ୍ଟ କରିଛି।
#jagrutilivemedia #RayagadaCase #RayagadaMobLynching #DemandJustice #BreakingNews
6 days ago | [YT] | 4
View 0 replies
JAGRUTI LIVE MEDIA
ରାୟଗଡା ରେ ଘଟିଥିବା ଏହି ଘଟଣା କେବଳ ଏକ ଖବର ନୁହେଁ, ବରଂ ଆମ ସମାଜ ପାଇଁ ଏକ ଆଇନା। ଦୁଇଜଣ ଅଜଣା ଝିଅ ରାସ୍ତା ଭୁଲି ସାହାଯ୍ୟ ମାଗିଥିଲେ, କିନ୍ତୁ ସାହାଯ୍ୟ ପରିବର୍ତ୍ତେ ସେମାନେ ପାଇଥିଲେ ସନ୍ଦେହ, ଅପମାନ ଓ ହିଂସା। ଗୁଜବ ଓ ଭୁଲ ବୁଝାମଣା କେତେ ଭୟଙ୍କର ପରିଣାମ ଆଣିପାରେ, ଏହି ଘଟଣା ତାହାର ଜ୍ୱଳନ୍ତ ଉଦାହରଣ। ଆମ ସଂସ୍କୃତି ମାନବିକତା, ସହାନୁଭୂତି ଓ ଅତିଥି ସତ୍କାରର ଶିକ୍ଷା ଦେଇଥାଏ।
ଘଟିଥିବା ଏହି ଘଟଣା ସମାଜରେ ବଢ଼ୁଥିବା ଗୁଜବ, ସନ୍ଦେହ ଓ ଅନ୍ୟାୟ ପ୍ରବୃତ୍ତିକୁ ପୁଣିଥରେ ସାମ୍ନାକୁ ଆଣିଛି। ସୂଚନା ଅନୁସାରେ, ଦାରିଙ୍ଗବାଡ଼ିରୁ କଳାହାଣ୍ଡି ଯାଉଥିବା ଦୁଇଜଣ ସ୍ୱଚ୍ଛ ସେବୀ ରାସ୍ତା ଭୁଲିଯାଇ ସ୍ଥାନୀୟ ଲୋକଙ୍କୁ ସହାୟତା ମାଗିଥିଲେ। କିନ୍ତୁ ଗୁଜବ ଓ ଭୁଲ ସନ୍ଦେହ ଯୋଗୁଁ ସେମାନଙ୍କୁ ମାଡ଼ ମାରି ଅପମାନିତ କରାଯାଇଥିବା ଅଭିଯୋଗ ରହିଛି। ଏହି ଘଟଣା ମାନବିକତା, ସହନଶୀଳତା ଓ ଆଇନ ପ୍ରତି ସମ୍ମାନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
#RayagadaNews #RayagadaCase, #JusticeForWomen #OdishaNews #MobJustice #Humanity #odianewslive
1 week ago | [YT] | 5
View 0 replies
JAGRUTI LIVE MEDIA
ପଶ୍ଚିମବଙ୍ଗ ସରକାର ଜୁନ୍ ୨୦୨୬ରେ ଦିଘା ଜଗନ୍ନାଥ ମନ୍ଦିରର ନାମରୁ ‘ଧାମ’ ଶବ୍ଦକୁ ଆନୁଷ୍ଠାନିକ ଭାବେ ହଟାଇଛନ୍ତି। ଓଡ଼ିଶା ସରକାର ଓ ବିଭିନ୍ନ ଜଗନ୍ନାଥପ୍ରେମୀଙ୍କ ତୀବ୍ର ଆପତ୍ତି ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଏହି ସ୍ଥାନର ନୂତନ ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରଖାଯାଇଛି। ଏହା ସହିତ ଦିଘା ଜଗନ୍ନାଥ ମନ୍ଦିରରେ ହେଉଥିବା ସମସ୍ତ ନୀତିକାନ୍ତି ଓ ପାରମ୍ପରିକ ଆଚାର-ବିଚାରକୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ଅନୁସାରେ ପାଳନ କରାଯିବ। ଏହି ନିଷ୍ପତ୍ତିକୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ଜଗନ୍ନାଥ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ଓ ମର୍ଯ୍ୟାଦା ରକ୍ଷା ପାଇଁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି। #jagrutilivemedia #JagannathDham #purijagannath #lordjagannath
1 week ago | [YT] | 19
View 0 replies
JAGRUTI LIVE MEDIA
ଓଡ଼ିଶାରେ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସହ ରାଜ୍ୟବାସୀଙ୍କୁ ତୀବ୍ର ଗରମ ଓ ଗୁମୁଟିଆ ପାଗରୁ ବହୁତ ଆଶ୍ୱସ୍ତି ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଉତ୍ତର ଓଡ଼ିଶା ଦେଇ ମୌସୁମୀ ବାୟୁ ରାଜ୍ୟରେ ପ୍ରବେଶ କରିଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ଏହା ସମଗ୍ର ରାଜ୍ୟକୁ ବ୍ୟାପିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାରୁ ପାଗରେ ଶୀତଳତା ଅନୁଭବ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ, ଘଡ଼ଘଡ଼ି ଓ ଦମକା ପବନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଲୋକମାନଙ୍କୁ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ର ଉତ୍ତାଳ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ମଧ୍ୟ ସଚେତନ କରାଯାଇଛି। #jagrutilivemedia #monsoon #weatherupdates #rainforecast
2 weeks ago | [YT] | 7
View 0 replies
JAGRUTI LIVE MEDIA
ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର ଅକବରପୁର ଅଞ୍ଚଳରୁ ଏକ ଅତ୍ୟନ୍ତ ଚର୍ଚ୍ଚିତ ଓ ବିବାଦୀୟ ଘଟଣା ସାମ୍ନାକୁ ଆସିଛି। ଖବର ଅନୁସାରେ, ଜଣେ ବିବାହିତ ଯୁବକ ନିଜ ଶାଶୁଙ୍କ ସହ ଦୀର୍ଘ ୪ ବର୍ଷ ଧରି ଗୁପ୍ତ ପ୍ରେମ ସମ୍ପର୍କରେ ଥିଲେ। ପରେ ଦୁହେଁ ଘରୁ ପଳାଇ ଯାଇ କୋର୍ଟରେ ବିବାହ କରିଥିବା ଦାବି କରାଯାଉଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଉଭୟଙ୍କୁ ଗଳାରେ ଫୁଲମାଳ ପିନ୍ଧିଥିବା ଏବଂ ବିବାହ ପ୍ରମାଣପତ୍ର ଦେଖାଉଥିବା ଦେଖିବାକୁ ମିଳିଛି। ସେମାନେ ନିଜ ସମ୍ପର୍କକୁ ପରସ୍ପର ସମ୍ମତିରେ ହୋଇଥିବା ବୋଲି କହିଥିବା ଜଣାପଡ଼ିଛି।
ସ୍ଥାନୀୟ ଖବର ଅନୁସାରେ, ଏହି ପ୍ରେମ ସମ୍ପର୍କ ବିଷୟରେ ପରିବାରର ଅନ୍ୟ ସଦସ୍ୟମାନେ, ଏପରିକି ଯୁବକଙ୍କ ପତ୍ନୀ ମଧ୍ୟ ଅବଗତ ନଥିଲେ। ଘଟଣା ପ୍ରକାଶ ପାଇବା ପରେ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।
ଏହି ଘଟଣା ସୋସିଆଲ ମିଡିଆରେ ଜୋରଦାର ଆଲୋଚନାର ବିଷୟ ପାଲଟିଛି। କେହି ଏହାକୁ ବ୍ୟକ୍ତିଗତ ସ୍ୱାଧୀନତାର ପ୍ରସଙ୍ଗ ବୋଲି କହୁଥିବାବେଳେ, ଅନେକ ଲୋକ ପରିବାରିକ ସମ୍ପର୍କ ଓ ସାମାଜିକ ମୂଲ୍ୟବୋଧ ଉପରେ ଏହାର ପ୍ରଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଭାଇରାଲ ଭିଡିଓ ଏବଂ ଦାବିଗୁଡ଼ିକର ସ୍ୱାଧୀନ ସତ୍ୟତା ଯାଞ୍ଚ ହୋଇନାହିଁ। #jagrutilivemedia #photonewsjagruti #viralpost
2 weeks ago | [YT] | 8
View 0 replies
JAGRUTI LIVE MEDIA
ଆପଣଙ୍କ ମତରେ ଓଡ଼ିଶାର ବିକାଶ ପାଇଁ କେଉଁ ସରକାରର କାର୍ଯ୍ୟଦକ୍ଷତା ଅଧିକ ଭଲ? #jagrutilivemedia #BjpvsBjd #NaveenPattnaik #MohanMajhi
3 weeks ago | [YT] | 5
View 1 reply
JAGRUTI LIVE MEDIA
ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଆଜି ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖିବାକୁ ମିଳିଛି ବଡ଼ ଜନଆନ୍ଦୋଳନ। କକରୋଚ୍ ଜନତା ପାର୍ଟି (CJP) ର ଆହ୍ୱାନରେ ହଜାର ହଜାର ଛାତ୍ରଛାତ୍ରୀ, ଯୁବକ ଓ ସାଧାରଣ ନାଗରିକ ଏକାଠି ହୋଇ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅନିୟମିତତା ବିରୋଧରେ ସ୍ୱର ଉଠାଇଛନ୍ତି। ସୋସିଆଲ ମିଡିଆରେ ଚର୍ଚ୍ଚିତ ଅଭିଜିତ ଦିପକେ ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ, ପ୍ରେମ, ଶାନ୍ତି ଓ ଗଣତାନ୍ତ୍ରିକ ପଦ୍ଧତିରେ ଲଢ଼ାଇ ଜାରି ରଖିବାର ଆହ୍ୱାନ ଦେଇଛନ୍ତି। ପ୍ରତିବାଦକାରୀମାନେ ପରୀକ୍ଷା ପ୍ରଣାଳୀରେ ସ୍ୱଚ୍ଛତା, ଜବାବଦେହିତା ଏବଂ ଦାୟିତ୍ୱ ନିର୍ଦ୍ଧାରଣର ଦାବି କରୁଛନ୍ତି। ଏହି ଆନ୍ଦୋଳନକୁ ନେଇ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଶିକ୍ଷା ସଂସ୍କାର ଓ ଛାତ୍ର ସ୍ୱାର୍ଥ ସହ ଜଡିତ ଏହି ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
#JantarMantar #StudentProtest #EducationSystem #AbhijitDipake #CJP #DelhiProtest #OdiaNews #jagrutilivemedia
3 weeks ago | [YT] | 6
View 0 replies
Load more