Welcome to my channel! , this is where conversations come alive. From politics and societal challenges to ethical dilemmas and inspiring stories, we dive deep into the issues that matter. Along the way, we’ll also explore health, wellness, art, craft, and more. Stay tuned for thought-provoking insights on news, public life, and everything in between—served with a touch of entertainment. Let’s explore, inspire, and make a difference together!
👉 Subscribe here to join the journey!
youtube.com/@PravasAcharya348
#pravas
#pravasacharya
#dr.pravasacharya
AMA KATHA
GROK fact-check: the claim that the Cockroach Janata Party’s followers are mostly from Pakistan and other countries is incorrect. The screenshot shows 94.7% of CJP followers are from India. Please verify facts before sharing—misinformation harms public debate.
#FactCheck #VerifyBeforeYouShare #GROK #NoToMisinformation #CJP #CockroachJanataParty
1 week ago | [YT] | 6
View 1 reply
AMA KATHA
GROK fact-check: the claim that the Cockroach Janata Party’s followers are mostly from Pakistan and other countries is incorrect. The screenshot shows 94.7% of CJP followers are from India. Please verify facts before sharing—misinformation harms public debate.
#FactCheck #VerifyBeforeYouShare #GROK #NoToMisinformation #CJP #CockroachJanataParty
1 week ago | [YT] | 2
View 0 replies
AMA KATHA
GROK fact-check: the claim that the Cockroach Janata Party’s followers are mostly from Pakistan and other countries is incorrect. The screenshot shows 94.7% of CJP followers are from India. Please verify facts before sharing—misinformation harms public debate.
#FactCheck #VerifyBeforeYouShare #GROK #NoToMisinformation #CJP #CockroachJanataParty
1 week ago | [YT] | 3
View 0 replies
AMA KATHA
Motivational quote
1 week ago | [YT] | 6
View 1 reply
AMA KATHA
1 month ago | [YT] | 7
View 0 replies
AMA KATHA
🌿 Eminent Social worker Dr Pravas Acharya joined the Plastic-Free Picnic Spot Campaign today at Kamalakant Vidyapeeth, Cuttack! Organized by the Forest Department and Pollution Control Board, this initiative is a vital step towards cleaner green spaces and a sustainable Odisha. Let's pledge to ditch single-use plastics and protect our picnic havens for future generations. Great teamwork with fellow eco-warriors! 💚#PlasticFreeOdisha #GreenCuttack #EcoFriendly #PollutionControl #ForestDepartment #Sustainability #OdishaEnvironment #KamalakantVidyapeeth
3 months ago | [YT] | 57
View 2 replies
AMA KATHA
Ms Shrabani Nayak joined as Addl SP of Rourkela felicitated.
3 months ago | [YT] | 18
View 0 replies
AMA KATHA
ଗତ ୭,୮ ଦୁଇଦିନ ଧରି ଉତ୍କଳ ସମ୍ମିଳନୀର (ଅଦ୍ଵୈତ ପାତ୍ର ଗୋଷ୍ଠୀ) ବାର୍ଷିକ ଅଧିବେଶନ ଓ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା। ତିନିଟି ସ୍ଥାନ ପରିବର୍ତ୍ତନ ହୋଇ ଏକ ଘରୋଇ କଲ୍ୟାଣ ମଣ୍ଡପ ରେ ଏହା ୭ ତାରିଖ ରେ ଆରମ୍ଭ ହେଲା।
ଆରମ୍ଭରୁ ସଭାର କୌଣସି ଶୃଙ୍ଖଳା ନଥିଲା। ସାଂସଦ ଓ ବିଧାୟକ ଦୁଇଟି ଦଳର। ସେମାନେ ଅଲଗା ଅଲଗା ଆସି ନିଜ ଭାଷଣ ଦେଇ ପଳେଇଲେ। ବ୍ୟାପକ ପୋଲିସ ମୁତୟନ ହୋଇଥିଲା। ଏମିତିକି ସଭା ଗୃହରେ ୫/୧୦ ଜଣ ମହିଳା ଓ ପୁରୁଷ ପୋଲିସ ଶେଷ ପର୍ଯ୍ୟନ୍ତ ବସି ରହିଥିଲେ। ରାସ୍ତା ଉପରେ IIC ସଶସ୍ତ୍ର ପ୍ଲାଟୁନ ଧରି ତୀକ୍ଷ୍ଣ ନଜର ରଖିଥିଲେ। ପ୍ରାୟ ୫୦୦ ମିଟର ଦୂରରେ ଆଉ ଏକ ପୋଲିସ ଗାଡ଼ି ଗଣ୍ଡଗୋଳ ଆଶଙ୍କାରେ ଅପେକ୍ଷାରେ ଥିଲା।
୩୫ ଶାଖା ବୋଲି ପ୍ରେସ ଇସ୍ତାହାର ରେ କୁହାଗଲା, କିନ୍ତୁ ଅଧିକାଂଶ ଶାଖା ରୁ କେହି ଆସିନଥିଲେ।
ଏପରିକି ଉତ୍କଳ ସମ୍ମିଳନୀର ଏକ ପ୍ରକାର ଏନ୍ତୁଡ଼ି ଶାଳ କଟକ ରୁ ନା ସଭାପତି ନା ସମ୍ପାଦକ ନା ୧୦ ପରିଷଦ ସଦସ୍ୟ ଙ୍କ ଭିତରୁ କେହି ଜଣେ ହେଲେ ଯାଇନଥିଲେ।
ସାଧାରଣ ପରିଷଦ ବୈଠକରେ ବହୁ ବ୍ୟକ୍ତି ଅଦ୍ଵୈତ ଙ୍କ କାର୍ଯ୍ୟ କଳାପର ବିରୋଧ କରିଥିଲେ। କିନ୍ତୁ ସେମାନଙ୍କୁ ମାଇକ ଦିଆ ଗଲା ନାହିଁ କି ପ୍ରଶ୍ନ ର ଜବାବ ଦିଆ ଗଲା ନାହିଁ। ଜଣେ ଦୁଇଜଣ ମଞ୍ଚ ଉପରେ ଯାଇ କିଛି କିଛି କହିଲେ। ମଞ୍ଚ ତଳ ଓ ଉପର ଉଭୟ ପକ୍ଷ ପାଟି ତୁଣ୍ଡ ରେ କିଛି ବୁଝିବା ସମ୍ଭବ ନଥିଲା।
ଏପରି ସମୟରେ ହଠାତ୍ ବିମଳ ଷଡ଼ଙ୍ଗୀ ମାଇକ ଧରି ପକେଇ ନିର୍ବାଚନ ବାତିଲ କରି ଏକ କମିଟି ଗଠନ ଘୋଷଣା କରିଲେ।
ତାପରେ ହୋ ହୋ ହୋଇ ସଂଗଠକ କହିଲେ ଚାଲ ଚା ପିଇବା। ମିଟିଂ ଶେଷ। କାଲିକୁ ଆଉ ହବନି କିଛି।
କେହି କିଛି ବୁଝିବା ପୂର୍ବରୁ ଅଦ୍ବୈତଙ୍କୁ କର୍ଡନ କଲା ଭଳି ମଣ୍ଡପ ବାହାରକୁ କେହି ନେଇ ଯିବାର ଦେଖାଗଲା।
ଏବେ ଗୋଟେ କାଗଜ ରେ ବାହାରିଛି ଏଢ଼କ କମିଟି ଗଠନ ହେଲା। ଅନ୍ୟ ଟିରେ ବାହାରିଛି ତିନି ବର୍ଷ ପାଇଁ କର୍ମକର୍ତା ଚୟନ କଥା। ୮୪ ବର୍ଷ ବୟସର ଅଦ୍ଵୈତ ପାତ୍ର ଦୁଇ ଥର ସାଧାରଣ ସମ୍ପାଦକ ଓ ଦୁଇଥର ସଭାପତି ପରେ ପଞ୍ଚମ ଥର ପାଇଁ ଶାସନ ଡୋରି ଧରିଲେ। ତାଙ୍କ ସହ ନୂଆ ଟିମ ରେ ରହିଥିବା ଅଧିକାଂଶ ଲୋକ ସେଇ ପୁରୁଣା ଟିମ୍ ର। ସେଠାରେ ଉପସ୍ଥିତ ଥିବା ଭୁବନେଶ୍ୱର ଶାଖାର ବରିଷ୍ଠ ସଦସ୍ୟ ତଥା ରାଉରକେଲା ଠାରେ ହୋଇଥିବା ସମ୍ମିଳନୀ ର ପୂର୍ବତନ ନିର୍ବାଚନ ଅଧିକାରୀ କମାଣ୍ଡର ନନ୍ଦକିଶୋର ସାମଲ କହିଲେ Old Wine in New Bottle . 😂
ଜୟ ଜଗନ୍ନାଥ ।📢
ଗ୍ରାଉଣ୍ଡ ଜିରୋ ରିପୋର୍ଟ 🤗
3 months ago | [YT] | 9
View 0 replies
AMA KATHA
ଏକଛତ୍ରବାଦ ସାମ୍ପ୍ରଦୟିକତା କଂପାନୀରାଜ ଆଜି ସମ୍ବିଧାନ ଓ ଗଣତନ୍ତ୍ର ପାଇଁ ବଡ଼ ଆହ୍ବାନ
ରବି ରାୟ ଜନ୍ମ ଶତବାର୍ଷିକୀ ରେ ବକ୍ତାଙ୍କ ମତ
ବିଶିଷ୍ଟ ସମାଜବାଦୀ ଚିନ୍ତା ନାୟକ, ସ୍ୱଚ୍ଛ ରାଜନୀତିର ପ୍ରବକ୍ତା ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ରବି ରାୟ ଙ୍କ ଜନ୍ମ ଶତବାର୍ଷିକୀ କଲିକତାର ଐତିହ୍ୟ ବାହି ଭାରତ ସଭା ପ୍ରେକ୍ଷାଳୟ ରେ ରବିବାର ସଂଧ୍ୟାରେ ମହା ସମାରୋହରେ ଅନୁଷ୍ଠିତ ହୋଇଛି।।
ଉତ୍କଳ ବିକାଶ ଯୁବ ପରିଷଦ ଓ ଓଡ଼ିଶା ପଶ୍ଚିମବଙ୍ଗ ମୈତ୍ରୀ ଯୁବ ପରିଷଦ ର ମିଳିତ ଉଦ୍ୟମରେ ପରିଷଦ ଉପଦେଷ୍ଟା ଦେବୀପ୍ରସାଦ ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସମାଜବାଦୀ ନେତା କିରନ୍ମମୟ ନନ୍ଦ , ଚିକିତ୍ସକ ସଂଘ୍ ସଭାପରି ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ସନାତନ ବଣିକ ମହାବୋଧି ସୋସାଇଟି ର ବୌଦ୍ଧ ଭିକ୍ଷୁ, ଓଡ଼ିଆ ସଂଗଠନର ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ମୂଖ୍ୟ ଅତିଥି ଶ୍ରୀ କିରଣମୟ ନନ୍ଦ ରବି ରାୟଙ୍କୁ ସମ୍ବିଧାନ ଓ ଗଣତନ୍ତ୍ର ରକ୍ଷା ଆନ୍ଦୋଳନର ଅବିସ୍ମରଣୀୟ ନେତା ଭାବେ ଅଭିହିତ କରିଥଲେ। ଆଜି ଯେତେବେଳେ କର୍ପୋରେଟ ଅର୍ଥ ରାଜନୀତିକୁ ଓ ରାଜନୀତିକ ଦଳ ମାନଙ୍କୁ କବଳିତ କରିବାକୁ ଚକ୍ରାନ୍ତ କରୁଛି ସେତେବେଳେ ନବେ ଦଶକରେ ରବି ରାୟ ତା ବିରୁଦ୍ଧାରେ ଜନମତ ସୃଷ୍ଟି ପାଇଁ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ। ଅଶି କୋଟି ଳୋକଙ୍କୁ ମାଗଣା ଚାଉଳ ଅଟା ଯୋଗାଇ ବାହାବାହା ନେଉଥିବା ପ୍ରଧାନମନ୍ତ୍ରୀ ପରୋକ୍ଷାରେ ଉତ୍କଟ ଦାରିଦ୍ର୍ୟ ଓ ଅନାହାର କୁ ସ୍ବୀକାର କରୁଛନ୍ତି ବୋଲି କହିଥିଲେ। ୫୦ ଦଶକରେ ଆଜାଦି ଝୁଟି ହେ ଜନତା ଭୁଖୀ ହେ ରାଜ୍ୟପାଳ ଆସଫ ଅଲ୍ଲୀ ଙ୍କ ଆଗରେ ରବି ରାୟ ଙ୍କ ପ୍ରତିବାଦ ଭାଷା ଆଜିବି ପ୍ରମାଣିତ ହେଉଚି ବୋଳି କ୍ଷୋଭ ସହ କହିଥିଲେ।ହାତଗଣତି ପାଇସବାଲା ଙ୍କ ବ୍ୟବସାୟିକ ଲାଭ ଓ ବିକାଶକୁ ଦେଶର ଅଗଣିତ ସାଧାରଣ ଲୋକଙ୍କର ବିକାଶ କୁହାଯିବା ରବି ରାୟ ଙ୍କ ବିଚାର ର ବିରୋଧୀ ବୋଲି ପ୍ରକାଶ କରିଥିଲେ। ସେହିଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକନୟକତ୍ଵ ବିରାଟ ବିପଦ ବୋଲି କହିଥିଲେ। ରାଜନୀତିକ ମତଭେଦ ସତ୍ତ୍ୱେ ବିଜେପି ନେତାଙ୍କ ଅତାଲବିହରି ବାଜପେୟୀ ଲାଲକୃଷ୍ଣ ଆଡଭାନୀ ସମାଜବାଦୀ ଜର୍ଜ୍ ଫର୍ଣାଣ୍ଡିସ ଚନ୍ଦ୍ରଶେଖର କଂଗ୍ରେସ ନେତା ରାଜୀବ ଗାନ୍ଧୀ ତାଂକୁ ଗଭୀର ସମ୍ମାନ କରୁଥିଲେ। ଏପରିକି ୧୯୯୬ ରେ ପ୍ରଧାନ ମନ୍ତ୍ରୀ ପଦ ପାଇଁ ତାଙ୍କ ନାମ ଉଠି ଥିଲେବି ନିର୍ବାଚନ ରାଜନୀତିରୁ ସ୍ଵେଛାରେ ସନ୍ନ୍ୟାସ ନେଇଥିବାରୁ ସେ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ। ସମାଜର ତଳସ୍ତରରେ ମଣିଷଙ୍କ ସ୍ୱର୍ଥପାଇଁ ସମାଜବାଦୀ ନେତା ଡାକ୍ତର ରାମ ମନୋହର ଲୋହିଆ ଓ ଲୋକନାୟକ ଜୟପ୍ରକାଶ ନାରାୟଣ ଙ୍କ ଶିଷ୍ୟ ରବି ବାବୁଙ୍କ ଭଳି ଯୁବ ଛାତ୍ର ସମାଜ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ ଚିକିତ୍ସକ ରୋଗୀର ଧର୍ମ ଜାତି ଦେଖି ଚିକିତ୍ସା କରି ନଥାଏ କିମ୍ବା ରୋଗୀ ଡାକ୍ତର ଙ୍କ ଧର୍ମ ଦେଖି ଚିକିତ୍ସା ପାଇଁ ଯାଇ ନ ଥାଏ ବୋଲି କହିଥିଲେ। ଜୀବନ ରକ୍ଷାକାରୀ ରକ୍ତ, କିଡନୀ ଚକ୍ଷୁ ଲିଭର ଦାତା ଓ ଗ୍ରହୀତା କେହି ଜାତି ଧର୍ମକୁ ଗ୍ରହଣ କରି ନଥିବା ବେଳେ ଆଜି ଭାରତୀୟ ସମାଜକୁ ଭୋଟ ପାଇଁ ବାଣ୍ଟିବା ଚକ୍ରାନ୍ତ ରବି ରାୟଙ୍କ ଆଦର୍ଶ ର ପରିପନ୍ଥୀ ବୋଲି କହିଥିଲେ। ଶିକ୍ଷକ ବ୍ୟବସାୟୀ ଖେଳାଳୀ ଆଇନଜୀବି ଶିଳ୍ପୀ ଚାଷୀ ଙ୍କ ପାଇଁ ଧର୍ମ ନିଜସ୍ଵ ବ୍ୟାପାର ହୋଇଥିବା ବେଳେ ମୁଷ୍ଟିମେୟ ରାଜନେତା ଏହାକୁ ନେଇ ଜନତାଙ୍କ ମଧ୍ୟରେ ହିଂସା ଭିଆଇବା ଦେଶପାଇଁ ଶୁଭଙ୍କର ନୁହେଁ। ଶ୍ରମଜୀବୀ ମଣିଷ ଓ ମେଧାବୀ ଗରିବ ଛାତ୍ର ଛାତ୍ରୀ ଖୁବ୍ କଷ୍ଟରେ ଚାଲୁଥିବା ବେଳେ ପାଇସବଲା ଙ୍କ ପ୍ରଚୂର୍ଯ୍ୟର ନଗ୍ନ ପ୍ରଦର୍ଶନ କଣ ପାଇଁ ବୋଲି ପ୍ରଶ୍ନ କରିଥଲେ। ବ୍ୟକ୍ତିଗତ ବନ୍ଧୁତା କିନ୍ତୁ ରବି ରାୟ ଙ୍କ ସାଧୁତା ନିରପେକ୍ଷତା କୁ କଳୁଷିତ କରିପାରିନଥିଲା। ଦଳ ବଦଳ ନିୟମରେ ଘନିଷ୍ଠ ବନ୍ଧୁ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହଯୋଗୀ ସାଂସଦଙ୍କ ର ସଭ୍ୟ ପଦ ରଦ୍ଦ କରିଥିଲେ। ସେହିଭଳି ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୁଦ୍ଧରେ ମହା ଅଭିଯୋଗ ପ୍ରସ୍ତାବକୁ ଲୋକସଭାରେ ଆଗତ କରିବାକୁ ସୁଯୋଗ ଦେଇ ଉଦାହରଣ ସୃଷ୍ଟି କରିଥିଲେ।
ସଭାପତି ଶ୍ରୀ ପୃଷ୍ଟି ନିଜ ଭାଷଣରେ ରବି ରାୟ ବାଚସ୍ପତି ଥିବାବେଳେ ବିରୋଧୀ ଦଳଙ୍କୁ ନ୍ୟାଯ୍ୟ ସମୟ ପ୍ରଦାନ କରି ଶାସକ ଦଳ ର ସରବ୍ୟ ହୋଇଥିଲେ ଏପରିକି ଗଣମାଧ୍ୟମରେ ବିରୋଧୀ ଙ୍କ ବାଚସ୍ପତି ଖବର ପ୍ରକାଶ ପାଇଥିଲା। ଉତ୍ତରରେ ଗଣତନ୍ତ୍ ରକ୍ଷା ପାଇଁ ଶାସକ ଅପେକ୍ଷା ବିରୋଧୀ ଦଳର ଭୂମିକା ଗୁର୍ତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ଆଜି ଯେତେବେଳେ ଆଦିବାସି ଦଳିତ ମହିଳା ସଂଖ୍ୟାଲଘୁ ପଛୁଆ ବର୍ଗ ଲୋକେ ଅତ୍ୟାଚାରର ଶିକାର ହେଉଛନ୍ତି ସେତେବେଳେ ରବି ରାୟଙ୍କ ଭଳି ସାମାଜିକ ଆର୍ଥିକ ନ୍ୟାୟ ଆନ୍ଦୋଳନର ନେତାଙ୍କ ବହୁତ ଆବଶ୍ୟକତା ରହିଛି।
ସମ୍ମାନିତ ଅତିଥି ସନାତନ ବଣିକ ଏକା ଅଖ୍ୟାତ ଗ୍ରାମରୁ ଆସି ରବି ରାୟ ଜାତୀୟ ସ୍ତରରେ ନେତୃତ୍ଵ ପ୍ରତିଷ୍ଠା କରିପାରିବ ତାଙ୍କ ଅଙ୍ଗୀକାର ବଦ୍ଧତା ଓ ନିଷ୍ଠା ଓ ପ୍ରମଣ ବୋଲି କହିଥିଲେ। ଗଜେନ୍ଦ୍ର ସ୍ୱାଇଁ, ରାଧାବଲ୍ଲଭ ମଣ୍ଡଳ ସୀମାଞ୍ଚଳ ପ୍ରତିହାରୀ କୃତିବାସ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ଥିଲେ। ଶ୍ରୀମତୀ ବୈଜୟନ୍ତୀ ପତି ସ୍ଵାଗତ ଭାଷଣ ଦେଇଥିବା ବେଳେ ଯୁବ ସଙ୍ଗଠକ ନରେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ରବି ରାୟଙ୍କ ହିନ୍ଦୀ ଓ ଇଂରାଜୀ ପୁସ୍ତକ ଦ୍ୱାୟକୁ ଅତିଥିମାନଙ୍କୁ ପ୍ରଦାନ କରାଯାଇଥିଲା।ଛାତ୍ରୀମାନେ ଦେଶତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ରବି ରାୟ ଙ୍କ ଫଟୋରେ ପୁଷ୍ପ ଓ ଖଦୀ ମାଳ ପ୍ରଦାନ କରିଥିଲେ। ସୁଶ୍ରୀ ସାଗରିକ ପତି ବିଘ୍ନେସ ଦାସ କାର୍ଯ୍ୟକ୍ରମ ପରିଚଳନ କରିଥଲେ।
3 months ago | [YT] | 7
View 0 replies
AMA KATHA
ବଜେଟ୍ 2026 ରେ ଘୋଷଣା କରାଯାଇଥିବା 'ନୂଆ ଆୟକର ଅଧିନିୟମ 2025' (New Income Tax Act 2025) ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନିମ୍ନରେ ଦିଆଗଲା:
୧. 'ଟ୍ୟାକ୍ସ ଇୟର' (Tax Year) ର ନୂଆ ବ୍ୟବସ୍ଥା
ଏହି ଅଧିନିୟମର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି 'ଆସେସମେଣ୍ଟ ଇୟର' ଏବଂ 'ପ୍ରିଭିୟସ ଇୟର' ମଧ୍ୟରେ ଥିବା ପାର୍ଥକ୍ୟକୁ ଶେଷ କରିଦେବା।
ବର୍ତ୍ତମାନ ଯେଉଁ ବର୍ଷ ଆପଣ ଟଙ୍କା ରୋଜଗାର କରିବେ (୧ ଏପ୍ରିଲରୁ ୩୧ ମାର୍ଚ୍ଚ), ସେହି ବର୍ଷକୁ ହିଁ 'ଟ୍ୟାକ୍ସ ଇୟର' କୁହାଯିବ।
ଏହାଦ୍ୱାରା ସାଧାରଣ ଲୋକଙ୍କ ପାଇଁ ଟ୍ୟାକ୍ସ ହିସାବ କରିବା ଏବଂ ରିଟର୍ଣ୍ଣ (ITR) ଦାଖଲ କରିବା ସହଜ ହେବ।
୨. ଟ୍ୟାକ୍ସ ସ୍ଲାବ୍ ଏବଂ ରିହାତି (Tax Slabs & Rebate)
ବଜେଟ୍ 2025 ଏବଂ 2026 ର ସୂଚନା ଅନୁସାରେ ନୂଆ ଟ୍ୟାକ୍ସ ବ୍ୟବସ୍ଥା (New Tax Regime) କୁ ଅଧିକ ଆକର୍ଷଣୀୟ କରାଯାଇଛି:
୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟ୍ୟାକ୍ସ ମୁକ୍ତ: ଧାରା 87A ଅନୁସାରେ ମିଳୁଥିବା ରିହାତି (Rebate) ସୀମାକୁ ବୃଦ୍ଧି କରାଯାଇଛି। ଯଦି ଆପଣଙ୍କର ବାର୍ଷିକ ଟ୍ୟାକ୍ସଯୋଗ୍ୟ ଆୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ।
ଷ୍ଟାଣ୍ଡାର୍ଡ ଡିଡକ୍ସନ୍ (Standard Deduction): ଚାକିରିଆ ଏବଂ ପେନସନଭୋଗୀଙ୍କ ପାଇଁ ଏହାକୁ ୫୦,୦୦୦ ଟଙ୍କାରୁ ବଢ଼ାଇ ୭୫,୦୦୦ ଟଙ୍କା କରାଯାଇଛି।
ନୂଆ ଟ୍ୟାକ୍ସ ସ୍ଲାବ୍ (ନୂଆ ବ୍ୟବସ୍ଥା ଅନୁସାରେ):
୦ - ୪ ଲକ୍ଷ ଟଙ୍କା: ଶୂନ୍ୟ (୦%)
୪ - ୮ ଲକ୍ଷ ଟଙ୍କା: ୫%
୮ - ୧୨ ଲକ୍ଷ ଟଙ୍କା: ୧୦%
୧୨ - ୧୬ ଲକ୍ଷ ଟଙ୍କା: ୧୫%
୧୬ - ୨୦ ଲକ୍ଷ ଟଙ୍କା: ୨୦%
୨୦ - ୨୪ ଲକ୍ଷ ଟଙ୍କା: ୨୫%
୨୪ ଲକ୍ଷରୁ ଅଧିକ: ୩୦%
୩. ଅନ୍ୟାନ୍ୟ ପ୍ରମୁଖ ପରିବର୍ତ୍ତନ
ସରଳ ଭାଷା: ୧୯୬୧ ଅଧିନିୟମର ଜଟିଳ ଶବ୍ଦଗୁଡ଼ିକୁ ହଟାଇ ସରଳ ଭାଷା ବ୍ୟବହାର କରାଯାଇଛି।
ଧାରା (Sections) ସଂଖ୍ୟାରେ ହ୍ରାସ: ଆଇନକୁ ଛୋଟ ଏବଂ ସରଳ କରିବା ପାଇଁ ଅନେକ ପୁରୁଣା ଓ ଅଦରକାରୀ ଧାରାକୁ ହଟାଇ ଦିଆଯାଇଛି।
ଅପଡେଟେଡ୍ ରିଟର୍ଣ୍ଣ: ଭୁଲ୍ ସଂଶୋଧନ ପାଇଁ ଟ୍ୟାକ୍ସପେୟରଙ୍କୁ ଏବେ ୪ ବର୍ଷ ପର୍ଯ୍ୟନ୍ତ ସମୟ ମିଳିବ (ଯାହା ପୂର୍ବରୁ ୨ ବର୍ଷ ଥିଲା)।
VDA (Digital Assets): କ୍ରିପ୍ଟୋ ଏବଂ ଅନ୍ୟାନ୍ୟ ଡିଜିଟାଲ ଆସେଟ୍ସ ପାଇଁ ନିୟମକୁ ଅଧିକ ସ୍ପଷ୍ଟ କରାଯାଇଛି।
ଆପଣଙ୍କର ବାର୍ଷିକ ଆୟ ଅନୁସାରେ ନୂଆ ଟ୍ୟାକ୍ସ ବ୍ୟବସ୍ଥା (New Tax Regime) ଅଧୀନରେ ଟ୍ୟାକ୍ସର ଏକ ମଡେଲ୍ ହିସାବ ନିମ୍ନରେ ଦିଆଗଲା।
ଧରିନିଅନ୍ତୁ, ଆପଣ ଜଣେ ଚାକିରିଆ ବ୍ୟକ୍ତି ଏବଂ ଆପଣଙ୍କର ବାର୍ଷିକ ଆୟ ୧୪,୦୦,୦୦୦ ଟଙ୍କା (୧୪ ଲକ୍ଷ)।
ଟ୍ୟାକ୍ସ ହିସାବର ଉଦାହରଣ:ବିବରଣୀ ପରିମାଣ (ଟଙ୍କାରେ)
ମୋଟ ବାର୍ଷିକ ଆୟ ୧୪,୦୦,୦୦୦
ବାଦ୍: ଷ୍ଟାଣ୍ଡାର୍ଡ ଡିଡକ୍ସନ୍ (Standard Deduction) - ୭୫,୦୦୦
ଟ୍ୟାକ୍ସଯୋଗ୍ୟ ଆୟ (Taxable Income) ୧୩,୨୫,୦୦୦
ନୂଆ ସ୍ଲାବ୍ ଅନୁସାରେ ଟ୍ୟାକ୍ସ ବିଭାଜନ:
୧୩,୨୫,୦୦୦ ଟଙ୍କା ଉପରେ ଟ୍ୟାକ୍ସ ଏହିପରି ହେବ:
୦ ରୁ ୪ ଲକ୍ଷ: ୦% = ୦ ଟଙ୍କା
୪ ରୁ ୮ ଲକ୍ଷ: ୪ ଲକ୍ଷ ଉପରେ ୫% = ୨୦,୦୦୦ ଟଙ୍କା
୮ ରୁ ୧୨ ଲକ୍ଷ: ୪ ଲକ୍ଷ ଉପରେ ୧୦% = ୪୦,୦୦୦ ଟଙ୍କା
୧୨ ରୁ ୧୩.୨୫ ଲକ୍ଷ: ୧,୨୫,୦୦୦ ଉପରେ ୧୫% = ୧୮,୭୫୦ ଟଙ୍କା
ମୋଟ ଟ୍ୟାକ୍ସ (Health & Education Cess ପୂର୍ବରୁ): ୨୦,୦୦୦ + ୪୦,୦୦୦ + ୧୮,୭୫୦ = ୭୮,୭୫୦ ଟଙ୍କା।
ବିଶେଷ ସୂଚନା: ଯଦି ଆପଣଙ୍କର ମୋଟ ଆୟ (ଡିଡକ୍ସନ୍ ପରେ) ୧୨ ଲକ୍ଷ ଟଙ୍କାରୁ କମ୍ ହୋଇଥାଏ, ତେବେ ଧାରା 87A ଅନୁସାରେ ଆପଣଙ୍କୁ ଶୂନ୍ୟ (୦) ଟ୍ୟାକ୍ସ ଦେବାକୁ ପଡ଼ିବ। କିନ୍ତୁ ଆୟ ୧୨ ଲକ୍ଷରୁ ଅଧିକ ହେଲେ ସ୍ଲାବ୍ ଅନୁସାରେ ଟ୍ୟାକ୍ସ ଲାଗିବ।
କିଛି ମୁଖ୍ୟ ବିନ୍ଦୁ:
ସରଳତା: ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ LIC, PPF କିମ୍ବା ମେଡିକାଲ୍ ଇନସୁରାନ୍ସ ଭଳି କୌଣସି ନିବେଶ ଦେଖାଇବାର ଆବଶ୍ୟକତା ନାହିଁ।
ଟ୍ୟାକ୍ସ ଇୟର: ଆପଣ ୨୦୨୬ ମସିହାରେ ଯାହା ରୋଜଗାର କରିବେ, ତାହାକୁ 'ଟ୍ୟାକ୍ସ ଇୟର ୨୦୨୬' ଭାବେ ଗଣନା କରାଯିବ।
3 months ago | [YT] | 2
View 0 replies
Load more